ଓଡିଶା

odisha

ETV Bharat / international

ନେପାଳରେ 24 ଘଣ୍ଟାରେ ସର୍ବାଧିକ ମାମଲା, ହଜାରେ ମୁହାଁ କୋରୋନା ଆକ୍ରାନ୍ତ - ନେପାଳରେ 24 ଘଣ୍ଟାରେ ସର୍ବାଧିକ କୋରୋନା ମାମଲା

ଗତ 24 ଘଣ୍ଟାରେ ନେପାଳରେ 114ଟି ନୂଆ ମାମଲା ବାହାରିଛି । ଏହା ଗୋଟିଏ ଦିନରେ ଆକ୍ରାନ୍ତ ବାହାରିବାରେ ସର୍ବାଧିକ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ନେପାଳରେ 24 ଘଣ୍ଟାରେ ସର୍ବାଧିକ ମାମଲା, ହଜାରେ ମୁହାଁ କୋରୋନା ଆକ୍ରାନ୍ତ
ନେପାଳରେ 24 ଘଣ୍ଟାରେ ସର୍ବାଧିକ ମାମଲା, ହଜାରେ ମୁହାଁ କୋରୋନା ଆକ୍ରାନ୍ତ

By

Published : May 28, 2020, 12:37 PM IST

କାଠମାଣ୍ଡୁ: ନେପାଳରେ ବଢିଚାଲିଛି କୋରୋନା ଆକ୍ରାନ୍ତ ସଂଖ୍ୟା। ମେ’ ମାସରେ ଲଗାତାର ପଜିଟିଭରେ ବୃଦ୍ଧି ପାଇ ଏହା ହଜାରେ ଅଭିମୁଖେ ଆଗେଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ଦେଶରେ ମୋଟ ଆକ୍ରାନ୍ତ 886 ପହଞ୍ଚିଛି ।

ଗତ 24 ଘଣ୍ଟାରେ ନେପାଳରେ 114ଟି ନୂଆ ମାମଲା ବାହାରିଛି । ଏହା ଗୋଟିଏ ଦିନରେ ଆକ୍ରାନ୍ତ ବାହାରିବାରେ ସର୍ବାଧିକ ବୋଲି ଜଣାପଡିଛି । ତେବେ ଏହି ମାମଲା ଦେଶର ନୂଆ 10ଟି ଜିଲ୍ଲାରୁ ବାହାରିଥିବା ସୂଚନା ରହିଛି । ରାଉଟହାଟ୍ ସର୍ବାଧିକ 36ଟି ପଜିଟିଭି ସ୍ପଷ୍ଟ କରିଛି । ଝାପାରେ 17, ବାଙ୍କେରେ 16 କେସ ରହିଛି । ଝାପା ଓ ବରାରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବଢିଚାଲିଛି ।

ପ୍ରୋଭିନ୍ସ 5ରେ ଏବେ ଯାଏଁ ସର୍ବାଧିକ 365 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରୋଭିନ୍ସ 2ରେ ଦ୍ବିତୀୟ ସର୍ବାଧିକ 324 କେସ ରହିଛି । ଏବେ ଯାଏଁ ମୋଟ 183 ଜଣ ସୁସ୍ଥ ହୋଇ ଛାଡ ପାଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ABOUT THE AUTHOR

...view details