ଓଡିଶା

odisha

ETV Bharat / international

ଲକଡାଉନ ଅବଧିକୁ ଅଳ୍ପ ଦିନ, ବଢିଚାଲିଛି ଆକ୍ରାନ୍ତ - ନେପାଳ ଖବର

ବର୍ତ୍ତମାନ ଦକ୍ଷିଣ ପୂର୍ବ ନେପାଳରେ କୋଭିଡ-19ର ଅଧିକ ପଜିଟିଭ ବାହାରୁଛନ୍ତି । ଉଦୟପୁର ପରେ ଏବେ ଝାପାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ ଅବଧିକୁ ଅଳ୍ପ ଦିନ, ବଢିଚାଲିଛି ଆକ୍ରାନ୍ତ
ଲକଡାଉନ ଅବଧିକୁ ଅଳ୍ପ ଦିନ, ବଢିଚାଲିଛି ଆକ୍ରାନ୍ତ

By

Published : May 22, 2020, 12:22 AM IST

କାଠମାଣ୍ଡୁ: ନେପାଳରେ ଲକଡାଉନ ଅବଧି ସରିବାକୁ ଆଉ ମାତ୍ର 11 ଦିନ ରହିଲା । ହେଲେ ଏବେ ବି ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ଗୁରୁବାର 17ଟି ନୂଆ କେସ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 444 ଛୁଇଁଛି ।

ଗତ କିଛି ସପ୍ତାହ ହେବ ନେପାଳରେ କୋରୋନା ଆକ୍ରାନ୍ତରେ ବିପୁଳ ବୃଦ୍ଧି ପରିଲକ୍ଷିତ ହୋଇଛି । ଏପ୍ରିଲ ଶେଷ ସୁଦ୍ଧା ଏଠାରେ ପଜିଟିଭ ସଂଖ୍ୟା 50 ତଳେ ଥିଲା । ହେଲେ ମେ ମାସରେ ଏହା ଅଧିକ ବୃଦ୍ଧି ପାଇଛି । ତେବେ ଲମ୍ବା ସମୟ ଯାଏଁ ଲକଡାଉନ ଲାଗୁ କରିଥିବା ଦେଶମାନଙ୍କ ମଧ୍ୟରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି । ପୂର୍ବରୁ ମେ 17 ଯାଏଁ ଲାଗୁ ଥିବା ଲକଡାଉନ ଏବେ ଜୁନ 2 ଯାଏଁ ବଢାଯାଇଛି ।

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ବର୍ତ୍ତମାନ ଦକ୍ଷିଣ ପୂର୍ବ ନେପାଳରେ କୋଭିଡ-19ର ଅଧିକ ପଜିଟିଭ ବାହାରୁଛନ୍ତି । ଉଦୟପୁର ପରେ ଏବେ ଝାପାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ହିମାଳୟ ଦେଶର ମୋଟ 77ଟି ଜିଲ୍ଲା ମଧ୍ୟରୁ 38ଟି ଜିଲ୍ଲାରେ କୋରୋନା ଭୂତାଣୁ ସଂକ୍ରମଣ ହୋଇସାରିଲେଣି । ପ୍ରାୟ 36 ହଜାର ଲୋକଙ୍କର କୋରୋନା ଟେଷ୍ଟ ହୋଇସାରିଲାଣି । ସେହିପରି ଏବେ ସୁଦ୍ଧା ଚିକିତ୍ସା ପରେ 45 ଲୋକ ଛାଡ ପାଇଛନ୍ତି । 397 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ନେପାଳରେ ଆକ୍ରାନ୍ତଙ୍କ ମଧ୍ୟରେ କିଛି ଭାରତୀୟ ମଧ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଆକ୍ରାନ୍ତ ସୁସ୍ଥ ପରେ ସ୍ବଦେଶ ଫେରିଛନ୍ତି । ସେହିପରି ଏବେ ବି ଶତାଧିକ ପ୍ରବାସୀ ଭାରତୀୟ ଶ୍ରମିକ ନେପାଳର ବିଭିନ୍ନ ଜିଲ୍ଲାରେ ଫସି ରହିଥିବା ଜଣାପଡିଛି ।

ABOUT THE AUTHOR

...view details