କାଠମାଣ୍ଡୁ: ନେପାଳ ରାଜନୀତିରେ ଘନେଇବାରେ ଲାଗିଛି ସଙ୍କଟର କଳା ବାଦଲ । ରବିବାର ସକାଳେ ଆରମ୍ଭ ହୋଇଥିବା ଜରୁରୀକାଳୀନ କ୍ୟାବିନେଟ ବୈଠକରେ ସଂସଦ ଭଙ୍ଗ ନେଇ ରାଷ୍ଟ୍ରପତି ପରାମର୍ଶ ଲୋଡି ସୁପାରିଶ କରିବାକୁ ନିଆଯାଇଥିଲା ନିଷ୍ପତ୍ତି । ଏହାପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସଂସଦ ଭଙ୍ଗର ସୁପାରିଶ ନେଇ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏବେ ରାଷ୍ଟ୍ରପତି ସଂସଦ ଭଙ୍ଗକୁ ନେଇ ନିଜର ରାୟ ଦେବେ ।
ସଂସଦ ଭଙ୍ଗର ନିଷ୍ପତ୍ତିକୁ ନେଇ କ୍ଷମତାସୀନ ଶାସକଦଳର ଅନେକ ସଦସ୍ୟ ଖୁସି ନାହାଁନ୍ତି । ଓଲି କ୍ୟାବିଟେନରେ ଶକ୍ତିମନ୍ତ୍ରୀ ରହିଥିବା ବରଷମନ ପୁନଙ୍କ ଅନୁଯାୟୀ କ୍ୟାବିନେଟର ଜରୁରୀକାଳୀନ ବୈଠକରେ ସଂସଦ ଭଙ୍ଗ କରିବା ନେଇ ସୁପାରିଶ ରାଷ୍ଟ୍ରପତିଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କ୍ଷମତାସୀନ ସରକାରର ଅନେକ ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପର କଡା ସମାଲୋଚନା କରିଛନ୍ତି ।