ବ୍ୟାଙ୍ଗକକ୍: କୋରୋନା କବଳରୁ ଥାଇଲାଣ୍ଡବାସୀଙ୍କୁ ରକ୍ଷା କରିବା ପାଇଁ ଥାଇଲାଣ୍ଡ ସରକାରଙ୍କ ନୂଆ ପଦକ୍ଷେପ । ହଜାର କଟକଣା ସତ୍ତ୍ବେ ରାତି ହେବା ମାତ୍ରେ ଲୋକେ ଘରୁ ବାହାରି ବୁଲୁଥିବାର ଦେଖାଯାଉଥିବାରୁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ଶୁକ୍ରବାରଠାରୁ ଲାଗୁ ହୋଇଛି ଦେଶବ୍ୟାପୀ କର୍ଫୁ । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ପ୍ରୟୁତ୍ତ-ଚାନ-ଓ-ଚା ।
କୋରୋନା ମୁକାବିଲା: ଥାଇଲାଣ୍ଡରେ ଲାଗିଲା ଦେଶବ୍ୟାପୀ କର୍ଫ୍ୟୁ - କୋରୋନା ଭାଇରସ ନ୍ୟୁଜ୍
କୋରୋନା କବଳରୁ ଥାଇଲାଣ୍ଡବାସୀଙ୍କୁ ରକ୍ଷା କରିବା ପାଇଁ ଥାଇଲାଣ୍ଡ ସରକାରଙ୍କ ନୂଆ ପଦକ୍ଷେପ । ହଜାର କଟକଣା ସତ୍ତ୍ବେ ରାତି ହେବା ମାତ୍ରେ ଲୋକେ ଘରୁ ବାହାରି ବୁଲୁଥିବାର ଦେଖାଯାଉଥିବାରୁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର ।
![କୋରୋନା ମୁକାବିଲା: ଥାଇଲାଣ୍ଡରେ ଲାଗିଲା ଦେଶବ୍ୟାପୀ କର୍ଫ୍ୟୁ nationwide curfew in thailand, thailand latest news, coronavirus news, coronavirus update, corona in thailand, ଥାଇଲାଣ୍ଡରେ ଦେଶବ୍ୟାପୀ କର୍ଫ୍ୟୁ, ଥାଇଲାଣ୍ଡରେ କୋରୋନା, ଥାଇଲାଣ୍ଡ ଲାଟେଷ୍ଟ ନ୍ୟୁଜ୍, କୋରୋନା ଭାଇରସ ନ୍ୟୁଜ୍, କୋରୋନା ଭାଇରସ ଅପଡେଟ](https://etvbharatimages.akamaized.net/etvbharat/prod-images/768-512-6646616-403-6646616-1585913034090.jpg)
କୋରୋନା ମୁକାବିଲା: ଥାଇଲାଣ୍ଡରେ ଲାଗିଲା ଦେଶବ୍ୟାପୀ କର୍ଫ୍ୟୁ
ଗୁରୁବାର ଏହା ଘୋଷଣା କରାଯିବା ପରେ ଶୁକ୍ରବାର ରାତି 10ଟାରୁ ଏହି ଦେଶବ୍ୟାପୀ କର୍ଫ୍ୟୁକୁ ଲାଗୁ କରାଯିବ । ପ୍ରତିଦିନ ରାତି 10ଟାରୁ ଭୋର 4ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁ ହେବ । ପୂର୍ବରୁ ଥାଇଲାଣ୍ଡରେ କୋରୋନାର ସ୍ଥିତି ନେଇ ଆପାତକାଳୀନ ସ୍ଥିତି ଘୋଷଣା ହୋଇଥିବା ବେଳେ ଗୁରୁବାର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1875ରେ ପହଞ୍ଚିଥିଲା ।
କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଏପରି ବୃଦ୍ଧିକୁ ନଜରରେ ରଖି ବର୍ତ୍ତମାନ ଦେଶବ୍ୟାପୀ କର୍ଫ୍ୟୁର ଘୋଷଣା କରାଯାଇଛି ।