ଇସଲାମାବାଦ: ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ମହାମାରୀ କୋରୋନା ଭାଇରସ ଏବେ ବିଶ୍ବବ୍ୟାପି ନିଜର କାୟା ବିସ୍ତାର କରିସାରିଛି । ଏଯାବତ୍ ବିଶ୍ବରେ ମୋଟ 33 ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁ କବଳରେ କବଳିତ ହୋଇଛନ୍ତି । ପାକିସ୍ତାନରେ ମଧ୍ୟ କୋରୋନା ସ୍ଥିତି ଖରାପ ରହିଛି । ଆଉ ଏବେ ପାକ୍ର ଜାତୀୟ ବିଧାନସଭାର ବାଚସ୍ପତି ଅସଦ କୈସର ମଧ୍ୟ ଏହି ଭୂତାଣୁର ଆକ୍ରାନ୍ତ ହୋଇଛନ୍ତି ।
କୋରୋନା କବଳରେ ପାକିସ୍ତାନର ଜାତୀୟ ବିଧାନସଭା ବାଚସ୍ପତି - corona postive
ପାକିସ୍ତାନରେ ମଧ୍ୟ କୋରୋନା ସ୍ଥିତି ଖରାପ ଥିବା ବେଳେ ଏବେ ପାକ୍ର ଜାତୀୟ ବିଧାନସଭାର ବାଚସ୍ପତି ଅସଦ କୈସର ମଧ୍ୟ ଏହି ଭୂତାଣୁର ଆକ୍ରାନ୍ତ ହୋଇଛନ୍ତି । ଗତ 3 ଦିନ ପୂର୍ବରୁ ପାକିସ୍ତାନର ସିନ୍ଧ ପ୍ରାନ୍ତର ଗଭର୍ଣ୍ଣର କୋରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ ।

ଖୋଦ୍ ବାଚସ୍ପତି ଅସଦ କୈସର ଟ୍ବିଟ କରି କହିଛନ୍ତି ଯେ, ଦୀର୍ଘ ଦିନ ଧରି ସେ ଜ୍ବରରେ ପୀଡିତ ଥିଲେ । ଏହା ପରେ ସେ ଡାକ୍ତରଙ୍କୁ ତାଙ୍କ କୋରୋନା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛି । ଏହାସହ ତାଙ୍କ ଘର ଏବଂ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଉଛି ।
ସେହିପରି ତାଙ୍କ ପୁଅ ଓ ଝିଅ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିବା ବେଳେ ପାକିସ୍ତାନ ସ୍ବାସ୍ଥ୍ୟ ବିଭାଗ ବାଚସ୍ପତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ବାରେନଣ୍ଟାଇନରେ ରଖିଛନ୍ତି । ପ୍ରକାଶ ଥାଉ କି, ଗତ 3 ଦିନ ପୂର୍ବରୁ ପାକିସ୍ତାନର ସିନ୍ଧ ପ୍ରାନ୍ତର ଗଭର୍ଣ୍ଣର କୋରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ ।