ଓଡିଶା

odisha

By

Published : Aug 9, 2021, 12:32 PM IST

Updated : Aug 9, 2021, 12:38 PM IST

ETV Bharat / international

ନାଗାସାକି ବିସ୍ଫୋରଣକୁ ୭୬ବର୍ଷ, ମନେପଡିଲେ ଆଜି ବି ଭୟରେ ଥରି ଉଠେ ଛାତି

୭୬ ବର୍ଷ ତଳେ ଆଜିର ଦିନରେ ବିଶ୍ବଯୁଦ୍ଧର ସମାପ୍ତି ସହ ଆମେରିକା ଛାଡିଥିବା ପରମାଣୁ ବୋମାକୁ ସାମ୍ନା କରିଥିଲା ନାଗାସାକି । ଆଉ ସର୍ବଦା ପାଇଁ ହରାଇଥିଲା ନିଜର ପରିଚୟ, ଛାରଖାର ହୋଇଯାଇଥିଲା ଜନଜୀବନ । ଅଧିକ ପଢନ୍ତୁ...

ନାଗାସାକି ବିସ୍ପୋରଣକୁ ୭୫ବର୍ଷ
ନାଗାସାକି ବିସ୍ପୋରଣକୁ ୭୫ବର୍ଷ

ଟୋକିଓ:ଇତିହାସରେ ଏମିତି କିଛି ଘଟଣା ଅଛି ଯାହାର ଦୃଶ୍ୟ ଆଖି ଆଗକୁ ଆସିଲେ ଲୁମ ଟାଙ୍କୁରି ହୋଇଉଠେ । ସେହିପରି କିଛି ଭୟଙ୍କର ଘଟଣା ମଧ୍ୟରୁ ହିରୋସିମା ଓ ନାଗାସାକି ଉପରେ ବୋମା ବିସ୍ପୋରଣ ଏକ ଭୟଙ୍କର ଘଟଣା । ୭୬ ବର୍ଷ ତଳେ ଆଜିର ଦିନରେ ବିଶ୍ବଯୁଦ୍ଧର ସମାପ୍ତି ସହ ଆମେରିକା ଛାଡିଥିବା ପରମାଣୁ ବୋମାକୁ ସାମ୍ନା କରିଥିଲା ନାଗାସାକି।

ଆଜି ବି ସେ ଦିନ କଥା ମନେ ପଡିଲେ ଥରି ଉଠେ ଛାତି । ନାଗାସାକି ଦକ୍ଷିଣ-ପଶ୍ଚିମ ଜାପାନ ସହରରେ ଏହି ବିସ୍ଫୋରଣରେ ଯାଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କୋରୋନା ମହାମାରୀ ପାଇଁ କାର୍ଯ୍ୟକ୍ରମରେ ୫୦୦ ଲୋକ ଯୋଗ ଦେଇଛନ୍ତି । ବିସ୍ଫୋରଣରେ ପୀଡିତ ସମସ୍ତ ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟ ଓ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ଏବଂ ପ୍ରାୟ 60ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ଏକ ସ୍ମାରକ ଭିତରେ 189,163 ପୀଡିତଙ୍କ ନାମ ପଞ୍ଜିକୃତ ହେବ । ଏଥିରେ 3,202 ଜଣଙ୍କ ନାମ ଗତ ବର୍ଷରୁ ଯୋଡି ହୋଇଛି ।

୧୯୪୫ ମସିହା ଅଗଷ୍ଟ ୬ରେ ହିରୋସୀମା ଉପରେ ଆମେରିକା ପ୍ରଥମେ ଆକ୍ରମଣ କରିଥିବା ବେଳେ ଅଗଷ୍ଟ 9 ରେ ଥରି ଉଠିଥିଲା ନାଗାସାକି । ସକାଳ ପ୍ରାୟ 11ଟା 02 ମିନିଟରେ ନାଗାସାକି ଉପରେ ଆକାଶ ମାର୍ଗରୁ ଆମେରିକା ପରମାଣୁ ବୋମା ପକାଇଥିଲା । ସମସ୍ତ ଭାବନ୍ତି କି ଭୂମିରେ ପଡି ବୋମାଟି ଫାଟିଥିଲା । କିନ୍ତୁ ଏହା ଏକ ଭ୍ରାନ୍ତି । ବାସ୍ତବରେ ଏହି ବୋମା ଏତେ ଶକ୍ତିଶାଳୀ ଥିଲା କି ଆକାଶ ମାର୍ଗରୁ ପଡିବା ସମୟରେ ହିଁ ଏହା ଫାଟିଥିଲା । ଯାହା ଫଳରେ ଏହାର ପ୍ରଭାବ ଅଧିକ ମାରାତ୍ମକ ହୋଇଥିଲା ।

ଏହି ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା କି ଏହାର ପ୍ରଭାବ ଦୀର୍ଘ ବର୍ଷ ଯାଏଁ ଜାପାନକୁ ଭୋଗିବାକୁ ପଡିଥିଲା । କୁହାଯାଏ ଯେ ସେଠାରେ ଏବେବି ଦୁବଟିଏ କଅଁଳୁ ନାହିଁ । ଏହି ଘଟଣାରେ ନାଗାସାକି ସହରେ ଲିଭିଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ ଦୀପ । ଏହି ବୋମାର ନାମ ଥିଲା ‘ଫ୍ୟାଟ ମ୍ୟାନ’ । ଏହାର ଓଜନ ପ୍ରାୟ 10,000 ପାଉଣ୍ଡ ରହିଥିଲା । ଏହା 11 ଫୁଟ ଲମ୍ବ ରହିଥିବା ବେଳେ ଏହା ଦ୍ବାରା 20,000 ଟନ ପର୍ଯ୍ୟନ୍ତ କ୍ଷତି ପହଞ୍ଚାଇବାର କ୍ଷମତା ରହିଛି । ଏପରି ଲୋମହର୍ଷଣକାରୀ ଆକ୍ରମଣରୁ ବାହାରି ପୁଣି ସ୍ବାଭାବିକ ହେବା ପାଇଁ ଜାପାନକୁ ଲାଗିଯାଇଥିଲା ଅନେକ ବର୍ଷ ।

@ANI

Last Updated : Aug 9, 2021, 12:38 PM IST

ABOUT THE AUTHOR

...view details