ନେପିତ୍ବ: ମିଆଁମାରରେ ଥମୁନି ସେନାର ବର୍ବରତା। ସେନା ଗୁଳିରେ ଗଡୁଛି ସାଧାରଣ ଜନତାଙ୍କ ମୁଣ୍ଡ । ରକ୍ତ ରଞ୍ଜିତ ହେଉଛି ମିଆଁମାର ମାଟି । ଏକ ମୃତଦେହ ସଂସ୍କାର ସମୟରେ ଉପସ୍ଥିତ ଜନସାଧାରଣଙ୍କ ଉପରେ ଖୋଲାଖୋଲି ଗୁଳି ଚଳାଇଛି ମିଆଁମାର ସେନା, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଘଟଣାକୁ କଡା ନନ୍ଦା କରୁଛନ୍ତି ବିଶ୍ବ ନେତା ।
ମିଆଁମାରରେ ସେନାର ବର୍ବରତା, ଅନ୍ତମ ସଂସ୍କାରରେ ଚାଲିଲା ଗୁଳି ସେନା ଶାସନ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ବ୍ୟାପକ ହିଂସା ଖବର ସାମ୍ନାକୁ ଆସୁଛି । ଗତ ସମପ୍ତାହ ମଧ୍ୟରେ ସେନା ଗୁଳିରେ 300ରୁ ଉର୍ଦ୍ଧ୍ବ ପ୍ରଦର୍ଶନକାରୀ ପ୍ରାଣ ହରାଇସାରିଲେଣି ।
ସେନା ଗୁଳିରେ ଶନିବାର 114 ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲା । ସେନା ଦିବସରେ ଏଭଳି ଗଣହତ୍ୟା ଦେଶରେ ସୃଷ୍ଟି କରିଥିଲା ଆଲୋଡନ । ଗଣମାଧ୍ୟମ ରିପୋର୍ଟ ଏବଂ ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ, ଶନିବାର ଦିନ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ 10 ରୁ 16 ବର୍ଷ ବୟସର ଅତି କମରେ 6 ଜଣ ପିଲା ସାମିଲ ଥିଲେ ।
ୟାଙ୍ଗୋନରେ, ଜଣେ 20 ବର୍ଷୀୟ ଛାତ୍ରଙ୍କ ରବିବାର ଅନ୍ତିମ ସଂସ୍କାରରେ ପରିଜନଙ୍କ ଉପରକୁ ଗୁଳି ଚଳାଇଥିଲା ସେନା । ଯହାଫଳରେ ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଘଟଣାରେ ମୃତାହତ ନେଇ କୌଣସି ଖବର ସାମ୍ନାକୁ ଆସିନି ।
ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଆମେରିକା ସମେତ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ନିନ୍ଦା କରିଛନ୍ତି । ଏହା ଭୟଙ୍କର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।