ଓଡିଶା

odisha

ମିଆଁମାରରେ ଅଶାନ୍ତି, ସେନା ଗୁଳିରେ 8 ପ୍ରଦର୍ଶନକାରୀ ମୃତ

By

Published : Mar 3, 2021, 9:30 PM IST

ମିଆଁମାରରେ ଜାରି ହୋଇଥିବା ଜରୁରୀକାଳୀନ ସ୍ଥିତି ବିରୋଧରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ । ଏଥିରେ 8 ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ମିଆଁମାରରେ ଅଶାନ୍ତି, ସେନା ଗୁଳିରେ 8 ପ୍ରଦର୍ଶନକାରୀ ମୃତ
ମିଆଁମାରରେ ଅଶାନ୍ତି, ସେନା ଗୁଳିରେ 8 ପ୍ରଦର୍ଶନକାରୀ ମୃତ

ମିଆଁମାର: ଗତ ମାସ ମିଆଁମାରରେ ଜାରି ହୋଇଥିବା ଜରୁରୀକାଳୀନ ସ୍ଥିତି ବିରୋଧରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନ । ଏଥିରେ 8 ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ମିଡିଆ ଅନୁଯାୟୀ, ମିଆଁମାରର ମୋନୟାବା ସହରରେ ଜରୁରୀକାଳୀନ ସ୍ଥିତି ବିରୋଧରେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରହିଛି ।

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ 14 ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ମିଙ୍ଗୟାନର 14 ବର୍ଷୀୟ ନାବାଳକର ଗୁଳି ବାଜିବା ଯୋଗୁଁ ମୃତ୍ୟୁ ହୋଇଛି । ଜରୁରୀକାଳୀନ ସ୍ଥିତି ବିରୋଧରେ ମିଆଁମାରର ଜନସାଧାରଣ ରାସ୍ତାକୁ ଓହ୍ଲାଇଛନ୍ତି ।

ମିଆଁମାରରେ ଲାଗି ରହିଛି ରାଜନୈତିକ ଅସ୍ଥିରତା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତାଙ୍କୁ ଗିରଫ କରିବା ପରେ ଦେଶର ଶାସନକୁ ନିଜ ହାତକୁ ନେଇଛି ନେଇଛି ସେନା । ଏପରିକି ଦେଶରେ ଏକ ବର୍ଷ ପାଇଁ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଦିଆଯାଇଛି ।

ମିଆଁମାରରେ ଜରୁରୀ କାଳୀନ ପରିସ୍ଥିତି ଯୋଗୁଁ ସେଠାରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଗାଇଡଲାଇନ ଜାରି କରିଥିଲା ଭାରତୀୟ ଦୂତାବାସ । ପ୍ରବାସୀ ଭାରତୀୟଙ୍କୁ ସତର୍କ ରହିବାକୁ କୁହାଯାଇଥିଲା । ଦେଶ ଭିତରେ ଅନାବଶ୍ୟକ ଭାବରେ ନ ବୁଲିବାକୁ ମଧ୍ୟ ଆଡଭାଇଜରୀ ଜାରି କରାଯାଇଥିଲା।

ମିଆଁମାରରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ସେନା ଏପରି ପଦକ୍ଷେପ ନେଇଛି । ଏପରିକି ଏକ ବର୍ଷ ପରେ ସ୍ବଚ୍ଛ ନିର୍ବାଚନ ଆୟୋଜନ କରିବା ପରେ ବିଜୟୀ ଦଳକୁ ଶାସନ ଭାର ହସ୍ତାନ୍ତର କରିଦିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଦୀର୍ଘ ସମୟ ଧରି ରାଜନୈତିକ ଅସ୍ଥିରତାର ଶିକାର ହେଉଥିବା ମିଆଁମାରରେ ପୁଣି ଆରମ୍ଭ ହୋଇଛି ସାମରିକ ବା ସେନା ଶାସନ। ରାଷ୍ଟ୍ରପତି ୱିନ ମାଇଣ୍ଟ ଓ ପ୍ରଧାନମନ୍ତ୍ରୀ ଅଙ୍ଗ ସାନ ସୁ କିଙ୍କୁ ଗିରଫ କରାଯାଇଛି । ଶତାଧିକ ରାଷ୍ଟ୍ରନେତାଙ୍କୁ ରାଜଧାନୀ ନେପିତ୍ବରେ ବନ୍ଦି କରି ରଖାଯାଇଛି । ନିର୍ବାଚନ ପରେ ପ୍ରଥମ ଥର ସଂସଦ ବସିବାକୁ ଥିବାବେଳେ ମିଆଁମାର ସେନା ଏଭଳି ପଦକ୍ଷେପ ନେଇଛି ।

ABOUT THE AUTHOR

...view details