କାବୁଲ: ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ତାଲିବାନ ନେତା ମୁଲ୍ଲା ଅବଦୁଲ ଘନି ବରଦାର । ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅକ୍ତିଆର କରିବା ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ନିଜ ପଦରୁ ଇସ୍ତଫା ଦେଇଥିଲେ । କହି ରଖୁଛୁ ଆଫଗାନିସ୍ତାନର ତାଲିବାନକୁ ଅଧିକ ବଳ ପାକିସ୍ତାନ ଯୋଗାଇଛି ବୋଲି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ନିକଟରେ କହିଥିଲେ । ଯିଏକି ରବିବାର ନିଜ ପଦରୁ ଇସ୍ତଫା ଦେବା ପରେ ନିଜ ଟିମ୍ ସହିତ କାଜାକାସ୍ତାନ ପଳାଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଆଫଗାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଆଫଗାନିସ୍ତାନ ଛାଡ଼ି ପଳାଇଛନ୍ତି ।
ତାଲିବାନର ସହ-ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଅବଦୁଲ ହେଉଛନ୍ତି ଅନ୍ୟତମ, ଯିଏ ବର୍ତ୍ତମାନ ତାଲିବାନ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଅଟନ୍ତି । ସେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ଜଣେ ବିଶ୍ବସ୍ତ କମାଣ୍ଡଙ୍କ ମଧ୍ୟରୁ ଜଣେ, ଯିଏକି 2010 ମସିହାରେ ଦକ୍ଷିଣ ପାକିସ୍ତାନର କରାଚି ସହରରେ ସୁରକ୍ଷା ବାହିନୀ ତାଙ୍କୁ କାବୁ କରିଥିଲା । ଏବଂ 2018ରେ ତାଙ୍କୁ ମୁକ୍ତ କରାଯାଇଥିଲା ।