ଇସ୍ରାଇଲ: ସମସ୍ତେ ଏକ ହୋଇ ମହାମାରୀରୁ ମୁକୁଳିବା ପାଇ ଚେଷ୍ଟା ଚଳାଉଛନ୍ତି । ଏତିକିବେଳେ ମୋସାଦ ଇସ୍ରାଇଲକୁ କୋରୋନା ଭାଇରସ ଟେଷ୍ଟ ପାଇଁ ସମସ୍ତ ଉପକରଣ ପଠାଉଥିବା ଜଣାପଡିଛି । ଭେଣ୍ଟିଲେଟର, ସାନିଟାଇଜର, ମାସ୍କ, ଟେଷ୍ଟିଂ କିଟ, ହ୍ୟାଣ୍ଡ ସାନିଟାଇଜିଂ ଜେଲ୍ ଉତ୍ପାଦନ ପାଇଁ ଫ୍ଲାସ୍ ଆଦି ରପ୍ତାନୀ କରୁଛି । ଏହାସହ ପିସିଆର କିଟ ବିତରଣ କରୁଛି ଯାହା ଦୈନିକ ଅତିରିକ୍ତ 1000 ଟି ଟେଷ୍ଟ କରିପାରିବ ।
ଦକ୍ଷିଣ କୋରିଆର ରେଜେଣ୍ଟସ୍, ପରୀକ୍ଷଣରେ ବ୍ୟବହୃତ ଏକ ଡାକ୍ତରୀ ଉତ୍ପାଦ ଏବଂ ଭାରତରୁ ଏକ ଏଚ୍.ଆଇ.ଭି ଔଷଧ ଯାହା ବର୍ତ୍ତମାନ କୋରୋନା ଭାଇରସ୍ ରୋଗୀଙ୍କ ପାଇଁ ପରୀକ୍ଷାମୂଳକ ଚିକିତ୍ସା ଭାବରେ ବ୍ୟବହୃତ ହେଉଛି । ତାହା ମୋସାଦ ଇସ୍ରାଇଲକୁ ବିତରଣ କରୁଛି । ଏଥିସହ, ମୋସାଦ 47 ଟି ବିଭିନ୍ନ ଔଷଧ ଏବଂ ଆନାସ୍ଥେଟିକ୍ କ୍ରୟ ଉପରେ କାର୍ଯ୍ୟ କରୁଛି ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।