ଓଡିଶା

odisha

ETV Bharat / international

ଆଫଗାନ୍‌ର ଧାର୍ମିକ ବିଦ୍ୟାଳୟରେ ମୋର୍ଟାର ବିସ୍ଫୋରଣ, 9 ଛାତ୍ର ମୃତ - ଧାର୍ମିକ ବିଦ୍ୟାଳୟରେ ମୋର୍ଟାର ବିସ୍ଫୋରଣ

ଗୁରୁବାର ଉତ୍ତର ଆଫଗାନିସ୍ତାନର ଏକ ଧାର୍ମିକ ବିଦ୍ୟାଳୟରେ ବୋମା ବିସ୍ଫୋରଣରେ 9ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଏହି ଘଟଣାରେ 8 ଜଣ ମଧ୍ୟ ଆହତ ହୋଇଛନ୍ତି। ପୋଲିସର ମୁଖପାତ୍ର ଖାଲିଲ ଅସୀର କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ବିସ୍ଫୋରଣ ଏକ ମୋର୍ଟାର କାରଣରୁ ହୋଇଛି। ମୋର୍ଟାରକୁ ଏହାକୁ ମଦ୍ରାସା ଭିତରକୁ ନିଆଯାଇଥିଲା ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jun 18, 2020, 8:24 PM IST

କାବୁଲ: କୋରୋନା କାଳରେ ଆଫଗାନିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଗୁରୁବାର ଉତ୍ତର ଆଫଗାନିସ୍ତାନର ଏକ ଧାର୍ମିକ ବିଦ୍ୟାଳୟରେ ବୋମା ବିସ୍ଫୋରଣରେ 9ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଏହି ଘଟଣାରେ 8 ଜଣ ମଧ୍ୟ ଆହତ ହୋଇଛନ୍ତି। ପୋଲିସର ମୁଖପାତ୍ର ଖାଲିଲ ଅସୀର କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ବିସ୍ଫୋରଣ ଏକ ମୋର୍ଟାର କାରଣରୁ ହୋଇଛି। ମୋର୍ଟାରକୁ ଏହାକୁ ମଦ୍ରାସା ଭିତରକୁ ନିଆଯାଇଥିଲା ।

ପୋଲିସର ସୂଚନାନୁସାରେ, ଏହି ଘଟଣା ତାଖର ପ୍ରଦେଶର ଇସ୍କାମିଶ ଜିଲ୍ଲାରେ ଘଟିଛି । ଏହି ଘଟଣାର ପ୍ରଦେଶର ଗଭର୍ଣ୍ଣର ଜବାଦ୍ ହେଜାରୀ ସୂଚନା ଦେଇଛନ୍ତି । ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ଅନୁଷ୍ଠାନ ନିଜକୁ ଦାୟି କରିନାହାଁନ୍ତି ।

ମେ ମାସରେ ଡାକ୍ତରଖାନା ଆକ୍ରମଣରେ 24 ଜଣଙ୍କ ମୃତ୍ୟୁ ହୋଇଥିଲା । ଆଫଗାନିସ୍ତାନର କାବୁଲର ବାରଚି ହସ୍ପିଟାଲରେ ଆତଙ୍କବାଦୀ ଆକ୍ରମଣରେ 24 ଜଣଙ୍କର ମୃତ୍ୟୁ ଘଟିଥିଲା।

ABOUT THE AUTHOR

...view details