ବେଜିଂ: କୋରୋନାରେ କାଳାତିପାତ କରିଥିବା ଚୀନକୁ ଡରାଇଲାଣି ପ୍ରାକୃତିକ ବିପର୍ଯ୍ୟୟ ଡର । କୋରୋନା କାଳରେ ଚୀନରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । କୋରୋନାରେ ହଜାର ହଜାର ଲୋକଙ୍କ ଜୀବନ ଯିବା ପରେ ଆଉ ଏକ ବିପଦ ଭାବେ ଉଭା ହୋଇଛି। ରବିବାର ବେଜିଂ କର୍ତ୍ତୃପକ୍ଷଙ୍କ ଅନୁସାରେ, ବନ୍ୟା ଦ୍ବାରା ପ୍ରାୟ 38 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । 140ରୁ ଅଧିକ ଲୋକେ ନିଖୋଜ କିମ୍ବା ମୃତ୍ୟୁ ହୋଇଥିବା ସୂଚନା ।
ଜୁଲାଇ 12 ତାରିଖ ସୁଦ୍ଧା ଜିଆଙ୍ଗସି, ଅନୁହୁ, ହୁବେଇ ଏବଂ ହୁନାନ ପ୍ରଦେଶ ସମେତ 27ଟି ଅଞ୍ଚଳର 37 .9 ମିଲିୟନ ଲୋକେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିଲେ। ପ୍ରବଳ ବନ୍ୟା ଆସି 14 ଜଣ ନିଖୋଜ କିମ୍ବା ମୃତ୍ୟୁ ହୋଇଥିବା ଜଣାପଡିଛି । 2.25 ମିଲିୟନ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ନିୟନ୍ତ୍ରଣ ଓ ମରୁଡି ସହାୟତା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।