କାବୁଲ:ଆଫଗାନିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଆଉ 83 ନୂତନ କୋଭିଡ ସଂକ୍ରମଣ ହୋଇଥିବା ନିଶ୍ଚିତ କରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ 7,950 ଆକ୍ଟିଭ କେଶକୁ ମିଶାଇ ମୋଟ 51,847 ଜଣ ସଂକ୍ରମିତ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ ମୋଟ 978 ଜଣଙ୍କର କୋଭିଡ ପରୀକ୍ଷା କରାଯାଇଛି ଏବଂ 10 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଫେବୃୟାରୀ ସୁଦ୍ଧା ମୃତ୍ୟୁ ସଂଖ୍ୟା 2,158ରେ ପହଞ୍ଚିଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଥି ସହିତ ଗତ ଶୁକ୍ରବାର ସୁଦ୍ଧା 260 ଜଣ ଆରୋଗ୍ୟ ହୋଇଥିବା ରେକର୍ଡ କରାଯାଇଛି ।