ଓଡିଶା

odisha

ETV Bharat / international

ମୁନ ମିଶନରେ ଚୀନ, ରକେଟ କଲା ସଫଳ ପରୀକ୍ଷଣ - rocket successful launch

ଗୋଟେପଟେ ସାରା ବିଶ୍ବ କୋରୋନାରେ ଛଟପଟ ହେଉଥିବେବେଳେ, ଚୀନ ଏବେ କୋରୋନା ଭାଇରସରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ତାର ମୁନ ମିଶନ ଆରମ୍ଭ କରିଛି । ଅଧିକ ପଢନ୍ତୁ..

rocket
ମୁନ ମିଶନରେ ଚୀନ, ରକେଟ କଲା ସଫଳ ପରୀକ୍ଷଣ

By

Published : May 6, 2020, 2:47 PM IST

ବେଜିଂ: ସମଗ୍ର ବିଶ୍ୱକୁ କୋରୋନା ଭାଇରସର ଶିକାର କରିବା ପରେ ଚୀନ୍ ଏହାର ସାଧାରଣ କାର୍ଯ୍ୟକଳାପ ଆରମ୍ଭ କରିଛି। ମଙ୍ଗଳବାର ବେଜିଂ ସଫଳତାର ସହିତ ଲଙ୍ଗ ମାର୍ଚ୍ଚ 5B ରକେଟ୍ ଉତକ୍ଷେପଣ କରିଛି। ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଏହି ରକେଟ୍ ଏକ ସ୍ଥାୟୀ ସ୍ପେସ୍ ଷ୍ଟେସନ୍ ଚଳାଇବାରେ ଏବଂ ଚନ୍ଦ୍ରକୁ ମହାକାଶଚାରୀ ପଠାଇବାରେ ସକ୍ଷମ ଅଟେ।

ଚାଇନା ଏକାଡେମୀ ଅଫ୍ ସ୍ପେସ୍ ଟେକ୍ନୋଲୋଜିର ମହାକାଶଯାନ ଡିଜାଇନର୍ ୟାଙ୍ଗ କିଙ୍ଗ କହିଛନ୍ତି ଯେ ଏହି ମିଶନ ନୂତନ ମାନବଯୁକ୍ତ ମହାକାଶଯାନର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ପରୀକ୍ଷା କରିବ, ଯେପରିକି ବାୟୁମଣ୍ଡଳରେ ପୁନଃ ପ୍ରବେଶକୁ ନିୟନ୍ତ୍ରଣ କରିବା, ଉତ୍ତାପ ରକ୍ଷା କରିବା ଏବଂ ପୁନରୁଦ୍ଧାର ପ୍ରଯୁକ୍ତିବିଦ୍ୟା।

ଚାଇନାର ଦକ୍ଷିଣ ହୈନାନ ଦ୍ୱୀପରେ ଥିବା ୱେନଞ୍ଚାଙ୍ଗ ଲଞ୍ଚ ସାଇଟରୁ ଚାଇନା ସମୟ 6 ଟା ସମୟରେ ଲଙ୍ଗ ମାର୍ଚ୍ଚ 5Bମହାକାଶକୁ ପଠାଯାଇଥିଲା । ମାର୍ଚ୍ଚରେ ଚୀନ୍ 7A ମଡେଲ୍ ଏବଂ ଏପ୍ରିଲରେ 3B ମଡେଲ୍ ଲଞ୍ଚ କରିଥିଲା, ଯାହା ବିଫଳ ହୋଇଥିଲା।

କୋରୋନା ସଙ୍କଟରୁ ବାହାରିବା ସହିତ ଚୀନ୍ ଏହାର ଯୋଜନା ଉପରେ କାମ ଆରମ୍ଭ କରିଛି। ଲଙ୍ଗ ମାର୍ଚ୍ଚ 5Bର ପରୀକ୍ଷା ଏହାର ଏକ ଅଂଶ । ଏଠାରେ ଉଲ୍ଲେଖନୀୟଯେ, ଚାଇନାରେ କୋରୋନା ସଂକ୍ରମଣର ଗତି ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ବେଜିଂ କାର୍ଯ୍ୟକାରୀ ହୋଇଥିବା କଠୋର ପଦକ୍ଷେପକୁ ହଟାଇ ଦେଇଛି ଏବଂ ବର୍ତ୍ତମାନ ସେଠାରେ ଜୀବନ ସ୍ୱାଭାବିକ ହେବାରେ ଲାଗିଛି।

ABOUT THE AUTHOR

...view details