ବ୍ୟାଙ୍କକକ୍:ମହାମାରୀ କାଳରେ ବିଭିନ୍ନ ଦେଶକୁ ସହାୟତାର ହାତ ବଢାଉଛି ଭାରତ । ଅକ୍ସିଜେନ ସିଲିଣ୍ତର ସମେତ ଅନ୍ୟାନ୍ୟ ଔଷଧ ସାମଗ୍ରୀ ମଧ୍ୟ ପଠାଉଛି । ଭାରତୀୟ ନୌସେନା ଜାହାଜ INS ଐରାବତ ଯୋଗେ ଥାଇଲାଣ୍ତକୁ ପଠାଇଛି କୋଭିଡ ରିଲିଫ ସାମଗ୍ରୀ । ଏହି ଜାହାଜଟି ଥାଇଲାଣ୍ତର ଷ୍ଟାହିପରେ ପହଞ୍ଚିଛି । ଏହି ଜାହାଜରେ ୩୦୦ ଅକ୍ସିଜେନ କଣ୍ଟେନେଟର ସହ ଅନ୍ୟାନ୍ୟ ଔଷଧ ସାମଗ୍ରୀ ରହିଛି । ଯାହା ମହାମାରୀ କୋରୋନା ସମୟରେ ଅସ୍ତ୍ର ପରି କାମ ଦେବ ।
INS ଐରାବତକୁ କେନ୍ଦ୍ର ସରକାର ଦକ୍ଷିଣ ପଶ୍ଚିମ ଏସିଆରେ କୋରୋନା କାଳରେ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବା କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଯାହା ମିଶନ ସାଗର ଅଧିନରେ କାର୍ଯ୍ୟ କରୁଛି । ତେବେ, INS ଐରାବତ ଥାଇଲାଣ୍ତରେ ପହଞ୍ଚିବା ପୂର୍ବରୁ ଇଣ୍ତୋନେସିଆ ଓ ଭିଏତନାମାରେ ମଧ୍ୟ କୋରୋନା ମହାମାରୀ ବିରୋଧରେ ସହାୟକ ହେଉଥିବା ରିଲିଫ ସାମଗ୍ରୀ ମଧ୍ୟ ଦେଇସାରିଛି ।