ଓଡିଶା

odisha

ETV Bharat / international

ଲାହୋରରେ ଲଜ୍ଜା, ବନ୍ଧୁକ ମୁନ ଦେଖାଇ ନାବାଳିକାକୁ ଦୁଷ୍କର୍ମ - ବନ୍ଧୁକ ମୁନ ଦେଖାଇ ନାବାଳିକାକୁ ଦୁଷ୍କର୍ମ

ବନ୍ଧୁକ ମୁନରେ ଜଣେ ଦୋକାନୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ତେବେ ଏହି ମାମଲାଟି ଭାରତର ନୁହେଁ ବରଂ ପାକିସ୍ତାନ ଲାହୋରରୁ ଆସିଛି । ଅଧିକ ପଢନ୍ତୁ...

ଲାହୋରରେ ଲଜ୍ଜା, ବନ୍ଧୁକ ମୁନ ଦେଖାଇ ନାବାଳିକାକୁ ଦୁଷ୍କର୍ମ
ଲାହୋରରେ ଲଜ୍ଜା, ବନ୍ଧୁକ ମୁନ ଦେଖାଇ ନାବାଳିକାକୁ ଦୁଷ୍କର୍ମ

By

Published : Nov 22, 2020, 6:38 PM IST

ଇସଲାମାବାଦ: ବନ୍ଧୁକ ମୁନରେ ଜଣେ ଦୋକାନୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ତେବେ ଏହି ମାମଲାଟି ଭାରତର ନୁହେଁ ବରଂ ପାକିସ୍ତାନ ଲାହୋରରୁ ଆସିଛି । ସେପଟେ ପୀଡିତା ଗୁରୁତର ଥିବାବେଳେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି ।

ସେପଟେ ଘଟଣା ସମ୍ପର୍କରେ ପୀଡିତାଙ୍କ ବାପା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଛନ୍ତି । ପୋଲିସ ସୂଚନା ପାଇଁ ଅଭିଯୁକ୍ତ 35 ବର୍ଷୀୟ ଦୋକାନୀକୁ ଗିରଫ କରି ମାମଲା ରୁଜୁ କରିଛି । ସୂଚନା ଅନୁସାରେ ଲାଲାଜାର କଲୋନୀରେ ଉକ୍ତ ନାବାଳିକା ଜଣକ ସଉଦା କିଣିବା ପାଇଁ କିରାଣୀ ଦୋକାନ ଯାଇଥିଲେ । ପୋଲିସ କହିବା ଅନୁସାରେ ଉକ୍ତ ଦୋକାନାରେ ପୀଡିତାଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରି ଫେରାର ହୋଇଥିଲା ଦୋକାନୀ । ପରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା ।

@ANI

ABOUT THE AUTHOR

...view details