ଓଡିଶା

odisha

ମିଆଁମାରରେ ବର୍ଷେ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା; ଚିନ୍ତା ପ୍ରକଟ କଲେ ବାଇଡେନ

By

Published : Feb 1, 2021, 10:26 AM IST

ଦେଶକୁ ଏକ ବର୍ଷ ପାଇଁ ନିୟନ୍ତ୍ରଣକୁ ନେବା ସହ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ମିଆଁମାର ସେନା । ସେପଟେ ମିଆଁମାର ସୈନ୍ୟବାହିନୀର କାର୍ଯ୍ୟକଳାପକୁ ନେଇ ଆମେରିକା ଗଭୀର ଚିନ୍ତା ପ୍ରକଟ କରିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟ ହାଉସର ମୁଖପାତ୍ର ଜେନ ପାସ୍କି କହିଛନ୍ତି ଯେ ମିଆଁମାରର ସୈନ୍ୟବାହିନୀ ଦେଶର ଗଣତନ୍ତ୍ରକୁ ସମ୍ମାନ ଦେଉନାହାନ୍ତି । ଯାହା ଅତ୍ୟନ୍ତ ଦୂର୍ଭାଗ୍ୟଜନକ ।

ମିଆଁମାରରେ ବର୍ଷେ ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା; ଚିନ୍ତା ପ୍ରକଟ କଲେ ବାଇଡେନ
ମିଆଁମାରରେ ବର୍ଷେ ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା; ଚିନ୍ତା ପ୍ରକଟ କଲେ ବାଇଡେନ

ବର୍ମା: ମିଆଁମାରରେ ସାଙ୍ଘାତିକ ପରିସ୍ଥିତି । ଦେଶକୁ ଏକ ବର୍ଷ ପାଇଁ ନିୟନ୍ତ୍ରଣକୁ ନେବା ସହ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛି ମିଆଁମାର ସେନା । ସୋମବାର ଭୋରୁ ଦେଶର ନେତା ଅଙ୍ଗ ସାଙ୍ଗ ସୁ କି ଏବଂ ରାଷ୍ଟ୍ରପତି ୟୋ ୱିନ ମାଇଣ୍ଟଙ୍କୁ ଗିରଫ କରିଛି ସେନା । ସେପଟେ କୌଣସି ବିରୋଧକୁ ଦମନ କରିବା ପାଇଁ ରାସ୍ତାରେ ସେନା ନିୟୋଜିତ ହୋଇଥିବା କୁହାଯାଇଛି । ଦେଶରେ ଫୋନ୍ ଲାଇନ ସେବା ବନ୍ଦ କରିଦିଆଯାଇଛି।

ସେପଟେ କାର୍ଯ୍ୟନିର୍ବାହୀ ସଭାପତି ଭାବେ ପୂର୍ବତନ ଜେନେରାଲ ଏବଂ ଉପରାଷ୍ଟ୍ରପତି ମେଣ୍ଟ ସ୍ୱେଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଆର୍ମି ଷ୍ଟାଫ୍ ମାନ୍ୟତା ମଧ୍ୟ ଦିଆଯାଇଛି। ଏହା ପୂର୍ବରୁ ଏନଏଲଡି ମୁଖପାତ୍ର ମାୟୋ ନଣ୍ଟ କହିଛନ୍ତି ଯେ ସୋମବାର ସକାଳେ ଏହି ଆକ୍ରମଣ ପରେ ରାଷ୍ଟ୍ରପତି ଅଙ୍ଗ ସାଙ୍ଗ ସୁ କି ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ସେନା ପକ୍ଷରୁ ଗିରଫ କରାଯାଇଛି। ତେବେ ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ରଖିଛନ୍ତି ଏନଏଲଡି ମୁଖପାତ୍ର ମାୟୋ ।

ସେପଟେ ମିଆଁମାର ସୈନ୍ୟବାହିନୀର କାର୍ଯ୍ୟକଳାପକୁ ନେଇ ଆମେରିକା ଗଭୀର ଚିନ୍ତା ପ୍ରକଟ କରିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟ ହାଉସର ମୁଖପାତ୍ର ଜେନ ପାସ୍କି କହିଛନ୍ତି ଯେ ମିଆଁମାରର ସୈନ୍ୟବାହିନୀ ଦେଶର ଗଣତନ୍ତ୍ରକୁ ସମ୍ମାନ ଦେଉନାହାନ୍ତି । ଯାହା ଅତ୍ୟନ୍ତ ଦୂର୍ଭାଗ୍ୟଜନକ ।

ଜେନ ପାସ୍କି କହିଛନ୍ତି ଯେ ଆମେ ମିଆଁମାରର ଗଣତାନ୍ତ୍ରିକ ଶକ୍ତିକୁ ସମର୍ଥନ କରିବା ଜାରି ରଖିବୁ ଏବଂ ବନ୍ଦୀ ଥିବା ସମସ୍ତଙ୍କୁ ମୁକ୍ତ କରିବାକୁ ସେନାକୁ ନିବେଦନ କରିବୁ। ନିର୍ବାଚନ ଫଳାଫଳ ବଦଳାଇବାକୁ କିମ୍ବା ଗଣତାନ୍ତ୍ରିକ ପରିବର୍ତ୍ତନକୁ ବାଧା ଦେବା ପାଇଁ ଆମେରିକା ଯେକୌଣସି ପ୍ରୟାସକୁ ବିରୋଧ କରେ। ସେ କହିଛନ୍ତି ଯେ ଯଦି ଆଜି ନିଆଯାଇଥିବା ପଦକ୍ଷେପ ଗ୍ରହଣ ନହୁଏ ତେବେ ଆମେରିକା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଜେନ କହିଛନ୍ତି ଯେ ଆମେରିକା ମିଆଁମାର ଲୋକଙ୍କ ସହ ଛିଡା ହୋଇଛି ଏବଂ ସମଗ୍ର ପରିସ୍ଥିତି ଉପରେ ନଜର ରଖିଛି।

ସଂସଦର ନୂତନ ଅଧିବେଶନ ପୂର୍ବରୁ ସେନା ଚେତାବନୀ ଦେଇଥିଲା ଯେ ଯଦି ନିର୍ବାଚନରେ ​​ଭୋଟ୍ ଜାଲିଆତି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେପଟେ ଦେଶର ନିର୍ବାଚନରେ ​​ନୋବେଲ ଶାନ୍ତି ପୁରସ୍କାର ବିଜେତା ଅଙ୍ଗ ସାଙ୍ଗ ସୁ କିଙ୍କ ଦଳ NLD ର ଏକ ପରାଜୟ ପରେ ଆକ୍ରମଣ ଆଶଙ୍କା କରି ଏପରି ନିଷ୍ପତ୍ତି ନେଇଛି ସେନା ।

ABOUT THE AUTHOR

...view details