ଓଡିଶା

odisha

ଫିଲିପାଇନ୍ସରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, 45 ମୃତ

By

Published : Jul 4, 2021, 12:17 PM IST

Updated : Jul 4, 2021, 9:54 PM IST

ଫିଲିପାଇନ୍ସରେ ଏକ ବଡ଼ ବିମାନ ଦୁର୍ଘଟଣା । 45 ମୃତ ସୂଚନା । 85 ଜଣ ସୈନିକଙ୍କୁ ନେଇ ଉଡ଼ାଣ ଭରୁଥିବା ସାମରିକ ବିମାନ C-130 ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ 40 ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଫିଲିପାଇନ୍ସର ସେନା ମୁଖ୍ୟ କହିଛନ୍ତି । ଅଧିକ ପଢନ୍ତୁ...

ଫିଲିପାଇନ୍ସରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ଯାତ୍ରା କରୁଥିଲେ 85 ଜଣ
ଫିଲିପାଇନ୍ସରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ଯାତ୍ରା କରୁଥିଲେ 85 ଜଣ

ମାନିଲା: ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣା​‌ରେ ମୃତ୍ୟୁସଂଖ୍ୟା ୪୫କୁ ବୃଦ୍ଧିପାଇଛି । ଅନ୍ୟପକ୍ଷେ ଭଗ୍ନାବଶେଷରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ବି କିଛି ଜଣ ନିଖୋଜ ଥିବା ସୂଚନା ମିଳିଛି ।

ରବିବାର ଫିଲିପାଇନ୍ସରେ ଏକ ବଡ଼ ବିମାନ ଦୁର୍ଘଟଣା ହୋଇଛି । 92 ଜଣ ସୈନିକଙ୍କୁ ନେଇ ଉଡ଼ାଣ ଭରୁଥିବା ସାମରିକ ବିମାନ C-130 ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଏଥିରେ 45 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଫିଲିପାଇନ୍ସର ସେନା ମୁଖ୍ୟ ସିରିଲିଟୋ ସୋବେଜାନା । ଜଳିଯାଇଥିବା ବିମାନରୁ ଏପର୍ଯ୍ୟନ୍ତ 40 ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି ବୋଲି ଫିଲିପାଇନ୍ସର ସେନା ମୁଖ୍ୟ କହିଛନ୍ତି । 92 ଜଣଙ୍କ ମଧ୍ୟରେ 85 ସୈନିକ, 3 ପାଇଲଟ ଓ 5 ବିମାନ କର୍ମଚାରୀ ଥିବା ସୂଚନା ରହିଛି ।

ପ୍ରାପ୍ତ ସୂଚନାନୁସାରେ ସୁଲୁ ପ୍ରଦେଶର ଜୋଲୋ ଦ୍ବୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ C-130 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା ଅନେକ ଯାତ୍ରୀ ସାମରିକ ତାଲିମରେ ସ୍ନାତକ ହାସଲ କରିଥିଲେ ଏବଂ ମୁସଲମାନ ସଂଖ୍ୟାଲଘୁ ଅଞ୍ଚଳରେ ଉଗ୍ରବାଦୀଙ୍କ ସହ ଲଢୁଥିବା ଟାସ୍କଫୋର୍ସର ଏକ ଅଂଶ ଭାବରେ ସେମାନଙ୍କୁ ନିୟୋଜିତ କରାଯାଇଥିଲା।

ଏପଟେ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯଥାସମ୍ଭବ ଜୀବନ ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 4, 2021, 9:54 PM IST

ABOUT THE AUTHOR

...view details