ଓଡିଶା

odisha

ETV Bharat / international

ପ୍ରବାସୀ ଶ୍ରମିକଙ୍କ ପାଇଁ ବିପଦ କୋଭିଡ-19 - covid 19

ସାରା ବିଶ୍ବରେ ସମସ୍ତ ରାଷ୍ଟ୍ରଙ୍କ ସୀମା ବନ୍ଦ ଯୋଗୁଁ ପ୍ରବାସୀମାନେ ସମସ୍ୟାରେ ପଡିଛନ୍ତି । ଅନ୍ୟ ଦେଶରେ ଥିବା ଲୋକ ନିଜ ଦେଶକୁ ଫେରିପାରିନାହାନ୍ତି । ଅଧିକ ପଢନ୍ତୁ...

ପ୍ରବାସୀ ଶ୍ରମିକଙ୍କ ପାଇଁ ବିପଦ କୋଭିଡ 19
ପ୍ରବାସୀ ଶ୍ରମିକଙ୍କ ପାଇଁ ବିପଦ କୋଭିଡ 19

By

Published : Apr 25, 2020, 11:48 PM IST

ହାଇଦ୍ରାବାଦ: ସମଗ୍ର ବିଶ୍ବରେ କୋରୋନା କାୟା ମେଲାଇଛି । ସମସ୍ତ ରାଷ୍ଟ୍ରରେ ଏହାକୁ ମୁକାବିଲା କରିବାରେ ସମସ୍ୟା ଦେଖାଦେଇଛି । ଅନେକ ଦେଶ ସଂକ୍ରମଣ ରୋକିବାକୁ ନିଜ ଦେଶର ସୀମା ବନ୍ଦ କରିଛନ୍ତି । ତେବେ ଏହା ଭିତରେ ସବୁଠାରୁ ବଡ ବିପଦର ସମ୍ମୁଖୀନ କରୁଛନ୍ତି ଶରଣାର୍ଥୀ ଓ ବିସ୍ଥାପିତ ।

ସାରା ବିଶ୍ବରେ ସମସ୍ତ ରାଷ୍ଟ୍ରଙ୍କ ସୀମା ବନ୍ଦ ଯୋଗୁଁ ପ୍ରବାସୀମାନେ ସମସ୍ୟାରେ ପଡିଛନ୍ତି । ଅନ୍ୟ ଦେଶରେ ଥିବା ଲୋକ ନିଜ ଦେଶକୁ ଫେରିପାରିନାହାନ୍ତି । ଏପରିକି ଦକ୍ଷିଣ କୋରିଆରୁ ବର୍ଷ ସାରା ଆର୍ଜେଣ୍ଟିନା ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମଧ୍ୟ ବ୍ୟାନ ଲାଗିଛି । ୟୁରୋପ ଓ ଆମେରିକାରେ ଥିବା ଶରଣାର୍ଥୀଙ୍କ ପ୍ରତି ଏହି ରୋଗ ଅଧିକ ବିପଦ ସାଜିଛି । କାରଣ ସେମାନଙ୍କ ଜୀବନଶୈଳୀ ଯୋଗୁଁ ଏହି ମହାମାରୀ ଖୁବଶୀଘ୍ର ସେମାନଙ୍କୁ ଆକ୍ରାନ୍ତ କରିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆଶଙ୍କା ପ୍ରକାଶ କରିଛି । ଏମାନଙ୍କୁ ନିଜ ଦେଶର ନାଗରିକ ଭଳି ବ୍ୟବହାର କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି । କାରଣ ଏମାନଙ୍କ ଭିତରେ ଥରେ ସଂକ୍ରମଣ ବ୍ୟାପିଲେ ଏହା ହଜାର ହଜାର ଲୋକଙ୍କୁ ସଂକ୍ରମିତ ହେବାର ଅନେକ ସମ୍ଭାବନା ରହିଛି । ଯାହାକୁ ସେତେବେଳେ ଅଟକାଇବା କଷ୍ଟ ହେବ ।

କୋରୋନା ଭୂତାଣୁ ବ୍ୟାପିବା ଭୟରେ କିଛି ରାଷ୍ଟ୍ରଙ୍କ ପଦକ୍ଷେପ ଏହି ପ୍ରବାସୀଙ୍କ ପାଇଁ ସମସ୍ୟା ଆଣିଛି । ତୁର୍କୀ-ଗ୍ରୀସ ଏବଂ ଆମେରିକା-ମେକ୍ସିକୋ ସୀମା ବନ୍ଦ ନିଷ୍ପତ୍ତି ଫଳରେ ଶରଣାର୍ଥୀମାନେ ସମସ୍ୟାରେ ପଡିଥିଲେ । ନିଜ କ୍ୟାମ୍ପକୁ ଫେରିବା ପାଇଁ ସେମାନଙ୍କ ଉପରେ ଚାପ ପଡିଥିଲା । ଏପରିକି ସେମାନଙ୍କୁ ସୀମାରୁ ଜବରଦସ୍ତ ଅନ୍ୟ ଦେଶକୁ ପଠାଯାଇଥିଲା । ଏହାସହ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଥିବାରୁ ଶରଣାର୍ଥୀମାନେ ଏକାଠି ରହିବା ଉପରେ ସମସ୍ୟା ଦେଖାଦେଇଛି । ସେହିପରି କଲମ୍ବିଆ ଓ ଭେନେଜୁଏଲା ସୀମାରେ ଶରଣାର୍ଥୀଙ୍କ ପାଇଁ ରନ୍ଧା ଖାଦ୍ୟ ତିଆରି ହେଉଥିବାବେଳେ ଏବେ ଏହା ବନ୍ଦ ରହିଛି । ଫଳରେ ସେମାନଙ୍କ ଚଳିବାରେ ଏବେ ଅସୁବିଧା ଦେଖାଦେଇଛି ।

ABOUT THE AUTHOR

...view details