ଓଡିଶା

odisha

ETV Bharat / international

କୋରୋନାକୁ ମାତ ଦେବ ସୁସ୍ଥ ପ୍ଲାଜମାରୁ ପ୍ରସ୍ତୁତ ଆଣ୍ଟିବଡି - କୋରୋନା ମୁକାବିଲା

ଗବେଷକମାନେ ଏକକ-କୋଷିକା ଅନୁଧ୍ୟାନର ବ୍ୟବହାରରେ କୋଭିଡ-19 ଆକ୍ରାନ୍ତଙ୍କ ଶରୀରରେ ଅନେକ ଆଣ୍ଟିବଡିର ସନ୍ଧାନ ପାଇଛନ୍ତି । ଏହି ଆଣ୍ଟିବଡି ମହାମାରୀ ସାଜିଥିବା କୋରୋନା ଭୂତାଣୁକୁ ପ୍ରଭାବଶୂନ୍ୟ ବା ନ୍ୟୁଟ୍ରାଲ କରିବାରେ ସହାୟକ ।

convalescent plasma, antibody developed from convalescent plasma, corona pandemic, corona fight, antibody, ସୁସ୍ଥ ପ୍ଲାଜମା, ସୁସ୍ଥ ପ୍ଲାଜମାରୁ ଆଣ୍ଟିବଡି ସୃଷ୍ଟି, କୋରୋନା ସଂକ୍ରମଣ, କୋରୋନା ମୁକାବିଲା, ଆଣ୍ଟିବଡି
କୋରୋନାକୁ ମାତ ଦେବ ସୁସ୍ଥ ପ୍ଲାଜମାରୁ ପ୍ରସ୍ତୁତ ଆଣ୍ଟିବଡି

By

Published : May 18, 2020, 10:14 PM IST

ବେଜିଂ: ଗବେଷକମାନେ ଏକକ-କୋଷିକା ଅନୁଧ୍ୟାନର ବ୍ୟବହାରରେ କୋଭିଡ-19 ଆକ୍ରାନ୍ତଙ୍କ ଶରୀରରେ ଅନେକ ଆଣ୍ଟିବଡିର ସନ୍ଧାନ ପାଇଛନ୍ତି । ଏହି ଆଣ୍ଟିବଡି ମହାମାରୀ ସାଜିଥିବା କୋରୋନା ଭୂତାଣୁକୁ ପ୍ରଭାବଶୂନ୍ୟ ବା ନ୍ୟୁଟ୍ରାଲ କରିବାରେ ସହାୟକ । ଏହା କୋରୋନା ସଂକ୍ରମଣର ନିରାକରଣ ଦିଗରେ ଏକ ବଡ ଉପଲବ୍ଧି ବୋଲି ଗବେଷକମାନେ ମତ ରଖିଛନ୍ତି ।

ଏହି ଗବେଷକଙ୍କ ମଧ୍ୟରେ ପେକିଂ ୟୁନିଭର୍ସିଟିର ବେଜିଂ ଆଡଭାନ୍ସଡ ଇନୋଭେସନ ସେଣ୍ଟର ଫର ଜିନୋମିକ୍ସର ନିର୍ଦ୍ଦେଶକ ସନ୍ନି ସି କହିଛନ୍ତି କି ଆଣ୍ଟିବଡି ଦ୍ବାରା ଇବୋଲା, ଏଡସ ଓ ମର୍ସ ପରି ଭୂତାଣୁର ଚିକିତ୍ସା କରାଯାଇପାରେ । ତେବେ ନିକଟରେ ଜର୍ଣ୍ଣାଲ ସେଲରେ ପ୍ରକାଶିତ ତଥ୍ୟ ମୁତାବକ ଗବେଷକମାନେ ‘ଥ୍ରୋପୁଟ ସିଙ୍ଗଲ-ସେଲ ଜିନୋମ ସିକ୍ବେନ୍ସିଂ ’ ପ୍ରକ୍ରିୟାର ବ୍ୟବହାର କରି ଜଣେ ଆକ୍ରାନ୍ତର ରକ୍ତ କଣିକାରେ ଥିବା ସୁସ୍ଥ ପ୍ଲାଜମାରୁ ଆଣ୍ଟିବଡିର ସନ୍ଧାନ କରିଥିଲେ ।

ଗବେଷକମାନେ ଏହା ମଧ୍ୟ କହିଛନ୍ତି କି, ପୂର୍ବରୁ ହୋଇଥିବା ପରୀକ୍ଷାରୁ ଜଣାପଡିଛି କି କୋରୋନା ନିରାକରଣ ପାଇଁ ଆଣ୍ଟିବଡି ବ୍ୟବହୃତ ହୋଇପାରେ । ଏହା ମଧ୍ୟ କୁହାଯାଇଛି କି ଜଣେ ସୁସ୍ଥ ହୋଇଥିବା ଆକ୍ରାନ୍ତର ଶରୀରରେ ପ୍ଲାଜମାରେ ନିରପେକ୍ଷ ଆଣ୍ଟିବଡିର ସ୍ଥିତି ଦେଖିବାକୁ ମିଳିଛି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦ୍ବାରା ପ୍ରସ୍ତୁତ ହୋଇଥାଏ । ଏହାଦ୍ବାରା ସାମାନ୍ୟ ଅସୁସ୍ଥ ଓ ଗୁରୁତର ଆକ୍ରାନ୍ତଙ୍କ ଶରୀର ସୁସ୍ଥ ହୋଇଥିବା ଦେଖାଯାଇଛି ।

ସେପଟେ ବୈଜ୍ଞାନିକମାନେ କହିଛନ୍ତି କି ପୋଟେଣ୍ଟ ନ୍ୟୁଟ୍ରାଲାଇଜିଂ ମୋଲିକ୍ୟୁଲ ବା ମୋନୋକ୍ଲୋନାଲ ଆଣ୍ଟିବଡିଗୁଡିକ ଇମ୍ୟୁନ ସିଷ୍ଟମର ବି ସେଲରେ ପ୍ରସ୍ତୁତି ହେବାର ପ୍ରକ୍ରିୟା ଅତି ଧିର ଓ ଜଟିଳ । ସେମାନେ ଏହା ବି କହିଛନ୍ତି କି ବର୍ତ୍ତମାନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏହି ପ୍ରକ୍ରିୟା ଅତି ମନ୍ଥର । ତେବେ କେବଳ ବି ସେଲରେ ହିଁ ଏହି ନିରପେକ୍ଷ ଆଣ୍ଟିବଡି ପ୍ରସ୍ତୁତିର କ୍ଷମତା ଥିବାରୁ ଶରୀରରେ ଏହାର ସ୍ଥିତି ଓ ଆଣ୍ଟିବଡି ପ୍ରସ୍ତୁତିର କ୍ଷମତା ପ୍ରଥମେ ଯାଞ୍ଚ କରିବାର ଆବଶ୍ୟକତା ରହିଛି ।

ଏହାର ବିକଳ୍ପ ସ୍ବରୂପ ଗବେଷକମାନେ ଏକ ତୀବ୍ର ଓ ପ୍ରଭାବଶାଳୀ ଏକକ-କୋଷିକା ଜିନୋମ ସିକ୍ବେନ୍ସିଂ ପ୍ରକ୍ରିୟାର ଉପସ୍ଥାପନ କରି ଦେଖିଥିଲେ କି ଏହା ମଧ୍ୟ ବି ସେଲ ଭଳି SARS-CoV-2କୁ ସ୍ଥାଣୁ କରିବା ଭଳି ଆଣ୍ଟିବଡି ପ୍ରସ୍ତୁତ କରିବାରେ ସକ୍ଷମ । ଏହି ପ୍ରକ୍ରିୟା ବର୍ତ୍ତମାନ ସମୟରେ କୋରୋନା ସଂକ୍ରମଣ ନିରାକରଣ ଦିଗରେ ଅତି ସହାୟକ ହେବ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି ।

ତେବେ ଏହି ଆଣ୍ଟିବଡି କେତେ ସକ୍ଷମ ତାହା ଦେଖିବା ପାଇଁ ଗବେଷକମାନେ ଏହାକୁ ଏକ ମୂଷା ଦେହରେ ପରୀକ୍ଷା କରିଥିଲେ । ଏହି ଯାନ୍ତ୍ରିକ ମୂଷା ଯାହା ମଣିଷ ପରି ଆକ୍ସେପ୍ଟର ACE2 ଦ୍ବାରା କୋରୋନା ଭୂତାଣୁକୁ ଶରୀରରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲା । ତେବେ ଏହି ପରୀକ୍ଷାରେ ଶେଷରେ ଗବେଷକମାନେ ଦେଖିଥିଲେ କି ଏହା କୋରୋନା ସଂକ୍ରମଣକୁ ମାତ ଦେବାରେ ସଫଳ ହୋଇଛି । ତେଣୁ ଏହି ସନ୍ଧାନ ଆଗକୁ କୋରୋନା ମୁକାବିଲାରେ ସଫଳତା ଆଣିବ ବୋଲି ଗବେଷକମାନେ ମତ ଦେଇଛନ୍ତି । ଏଥିସହ ଏହି ସନ୍ଧାନକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି ବୋଲି ମଧ୍ୟ ସେମାନେ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details