କାଇରୋ: ସମଗ୍ର ବିଶ୍ବରେ ଜାରି ରହିଛି କୋରୋନା ଆତଙ୍କ । ଏପରି ପରିସ୍ଥିତିରେ ହଜ ଯାତ୍ରା ପାଇଁ ସ୍ବତନ୍ତ୍ର ପ୍ରୋଟୋକଲ ଜାରି କରିଛି ସାଉଦି ଆରବ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ଜନ ସମାଗମ ଉପରେ ବ୍ୟାନ ଲଗାଯାଇଛି । ପ୍ରଥମ ଥର ବିଦେଶୀମାନଙ୍କୁ ବାରଣ କରିବା ପରେ ମାତ୍ର ହଜାରେ ସଂଖ୍ୟକ ଘରୋଇ ତୀର୍ଥଯାତ୍ରୀଙ୍କୁ ଏହି ଯାତ୍ରାରେ ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ହଜ ଯାତ୍ରାରେ ଘରୋଇ ତୀର୍ଥଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେଲା ମାସ୍କ - ଘରୋଇ ତୀର୍ଥଯାତ୍ରୀଙ୍କ ବାଧ୍ୟମୂଳକ ହେଲା ମାସ୍କ
ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ହଜ ଯାତ୍ରାରେ ପରିବର୍ତ୍ତନ ଅଣାଯାଇଛି । କୋରୋନା ସଂକ୍ରମଣକୁ ଦେଖି ପ୍ରତ୍ୟେକ ଘରୋଇ ତୀର୍ଥଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ...
ଇସଲାମର ସବୁଠାରୁ ପବିତ୍ର ସ୍ଥାନ କାବାଙ୍କୁ ଛୁଇଁବା ଚଳିତ ବର୍ଷ ହଜ୍ ସମୟରେ ନିଷେଧ ରହିବ ।ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ମଧ୍ୟରେ ଦେଢ ମିଟରର ସାମାଜିକ ଦୂରତା ଏବଂ ସାମୂହିକ ପ୍ରାର୍ଥନା କିମ୍ବା ରୀତିନୀତିବେଳେ ଦୂରତା ରଖାଯିବ । କାବା ସର୍କଲିଂ ଅଞ୍ଚଳରେ ଲାଗୁ ପ୍ରତିବନ୍ଧକ ଲାଗୁ ରହିବ । ଏନେଇ ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କେନ୍ଦ୍ର (CDC) ପକ୍ଷରୁ କୁହାଯାଇଛି ।
ଏଥିସହ ମୋନା, ମୁଜଦାଲିଫା ଏବଂ ଆରାଫାଟରେ ପବିତ୍ର ହଜ୍ ସାଇଟଗୁଡିକର ପ୍ରବେଶ କେବଳ ଜୁଲାଇ 19 ରୁ ଅଗଷ୍ଟ 2 ପର୍ଯ୍ୟନ୍ତ ହଜ୍ ଅନୁମତି ଥିବା ଲୋକଙ୍କ ପାଇଁ ସୀମିତ ରହିବ । ମାସ୍କ ପିନ୍ଧିବା ଉଭୟ ତୀର୍ଥଯାତ୍ରୀ ଏବଂ ଆୟୋଜକଙ୍କ ପାଇଁ ବାଧ୍ୟତାମୂଳକ ରହିବ ।