ଜେରୁସାଲେମ: ଇସ୍ରାଏଲରେ କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ମାସ୍କ ନ ପିନ୍ଧିବା ନିୟମକୁ କୋହଳ କରାଯାଇଛି । ଘର ବାହାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରବିବାର ସୂଚନା ଦେଇଛନ୍ତି ।
ଆଉ ମାସ୍କ ପିନ୍ଧିବେନି ଇସ୍ରାଏଲବାସୀ - ଇସ୍ରାଏଲରେ ହଟିଲା ମାସ୍କ ପିନ୍ଧିବା ନିୟମ
ଇସ୍ରାଏଲରେ ମାସ୍କ ପିନ୍ଧିବା ନିୟମକୁ କୋହଳ କରାଯାଇଛି । ଅଧିକ ପଢନ୍ତୁ...
ଦେଶରେ ସଂକ୍ରମଣ ହ୍ରାସ ପାଇବା ପରେ ସ୍ବାସ୍ଥ୍ୟମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ପ୍ରଫେସର ହେଜି ଲେଭି ଏହି କଟକଣାକୁ ଉଠାଇ ଦେଇଛନ୍ତି । ଏହି ନିୟମ ରବିବାରଠାରୁ ଦେସରେ ଲାଗୁ ହେବ ବୋଲି ଜଣାପଡିଛି । ତେବେ ଘର ବାହାରେ ମାସ୍କ ନ ପିନ୍ଧିବା ପାଇଁ କଟକଣା ହଟାଯାଇଥିଲେ ମଧ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ସେ ଦେଶବାସୀଙ୍କୁ ଅନୁରୋଧ କହିଛନ୍ତି । ଋଷିଆ ନ୍ୟୁଜ ଏଜେନ୍ସିର ସୂଚନା ଅନୁସାରେ ଇସ୍ରାଏଲରେ ଗତବର୍ଷ ଡିସେମ୍ବର 20 ତାରିଖଠାରୁ ଲୋକମାନଙ୍କୁ ଟିକା ଦିଆଯାଇଛି ।
ବିଶ୍ବରେ ଅନ୍ୟ ଦେଶ ତୁଳନାରେ ଇସ୍ରାଏଲରେ ଦ୍ରୁତ ଗତିରେ ଟୀକାକରଣ କରାଯାଇଛି ବୋଲି ଋଷିଆ ନ୍ୟୁଜ ଏଜେନ୍ସି ସୂଚନା ଦେଇଥିଲା । ତେବେ ସୂଚନା ଥାଉ କି ବିଶ୍ବରେ ଏଯାବତ ମୋଟ 14 କୋଟି 3 ଲକ୍ଷ 79 ହଜାର 953 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 30 ଲକ୍ଷ 7 ହଜାର 708 ଜଣରେ ପହଞ୍ଚିଛି ।