କରାଚୀ: ପ୍ରତିଶୋଧ ନେବା ପାଇଁ ମଣିଷ କଣ କଣ କରିପାରେ ଆଗରୁ ଅନେକ ଉଦାହରଣ ରହିଛି । ହେଲେ ପାକିସ୍ତାନରେ ପ୍ରତିଶୋଧ ନେବା ପାଇଁ ଜଣେ ବ୍ୟକ୍ତିଙ୍କ କାରାନାମା ଆପଣଙ୍କୁ ଚକିତ କରିଦେବ । ନିଜ ଅଧିକାରୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ କୋରୋନା ପଜିଟିଭ ବ୍ୟକ୍ତି ତାଙ୍କୁ ଚୁମା ଦେଇଥିଲେ । ପରେ ଜଣାଇଥିଲେ ସେ କୋରୋନା ସଂକ୍ରମିତ ବୋଲି ।
ପ୍ରତିଶୋଧ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଚୁମା ଦେଲେ କୋରୋନା ସଂକ୍ରମିତ - corona positive kisses a man
ପ୍ରତିଶୋଧ ନେବାକୁ ଯାଇ ବ୍ୟକ୍ତିଙ୍କ ଅଜବ କାରନାମା । କୋରୋନା ସଂକ୍ରମିତ ହୋଇ ବି ନିଜ ଅଫିସର ଉପରିସ୍ଥ ଅଧିକାରୀଙ୍କୁ ଦେଲେ ଚୁମା । ପରେ କହିଲେ ସେ କୋରୋନା ସଂକ୍ରମିତ । ଘଟଣା ଘଟିଛି ପାକିସ୍ତାନର କରାଚୀରେ । ଅଧିକ ପଢନ୍ତୁ...

ଏହି ଘଟଣା ଘଟିଛି ପାକିସ୍ତାନର କରାଚୀରେ । କରାଚୀ ମେଟ୍ରୋପୋଲିୟନ କର୍ପୋରେସନରେ କାର୍ଯ୍ୟରତ ଜଣେ ଅଧିକାରୀ ଏଭଳି ଅଜବ କାରନାମା କରିଛନ୍ତି । ସେପଟେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାକୁ ଉକ୍ତ ଅଧିକାରୀ କହିଛନ୍ତି । ତେବେ ଏହି କୋରୋନା ସଂକ୍ରମିତ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହେବା ପରେ ବି ଅଫିସକୁ ଆସୁଥିଲେ । ଅନ୍ୟମାନଙ୍କ ସହ ମିଳାମିଶା କରୁଥିଲେ ।
ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ସଂପୃକ୍ତ ବ୍ୟକ୍ତି ଉକ୍ତ ଅଫିସରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ କମ୍ପାନୀ ଦରମା ନଦେବାରୁ ସେ ଏଭଳି କରିଥିବା କହିଛନ୍ତି । ସେପଟେ ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ସମ୍ପୃକ୍ତ ବ୍ୟକ୍ତି ନାଁରେ ପୂର୍ବରୁ ଦୁର୍ନୀତି ମାମଲା ରହିଛି । ଏଥିପାଇଁ ତାଙ୍କୁ ଗତ 5 ତାରିଖରେ ଅଫିସରୁ ନିଲମ୍ବନ କରାଯାଇଥିଲା । ଏହି ଘଟଣା ପରେ ଉକ୍ତ ବ୍ୟକ୍ତିଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି ।