ଓଡିଶା

odisha

ETV Bharat / international

ଭୂକମ୍ପରେ ଥରିଲା ଫିଲିପାଇନ୍ସ, ରିକ୍ଟର ସ୍କେଲରେ ତୀବ୍ରତା 6.3 - ଭୂକମ୍ପ ଝଟକା

ଶକ୍ତିଶାଳୀ ଭୂ କମ୍ପରେ ଥରିଲା ଫିଲିଫାଇନ୍ସ। ରିକ୍ଟର ସ୍କେଲରେ ତୀବ୍ରତା 6.3 ତୀବ୍ରତା ରେକର୍ଡ କରାଯାଇଛି। ଏହି ଝଟକା ଫିଲିପାଇନ୍ସର ମାଇଣ୍ଡାନାଓ ଦ୍ୱୀପରେ ଅନୁଭୂତ ହୋଇଥିଲା।

ଭୂକମ୍ପରେ ଥରିଲା ଫିଲିଫାଇନ୍ସ, ରିକ୍ଟର ସ୍କେଲରେ ତୀବ୍ରତା 6.3
ଭୂକମ୍ପରେ ଥରିଲା ଫିଲିଫାଇନ୍ସ, ରିକ୍ଟର ସ୍କେଲରେ ତୀବ୍ରତା 6.3

By

Published : Sep 7, 2020, 7:35 AM IST

ମାନିଲା: ଶକ୍ତିଶାଳୀ ଭୂ କମ୍ପରେ ଥରିଲା ଫିଲିଫାଇନ୍ସ। ରିକ୍ଟର ସ୍କେଲରେ ତୀବ୍ରତା 6.3 ତୀବ୍ରତା ରେକର୍ଡ କରାଯାଇଛି। ଏହି ଝଟକା ଫିଲିପାଇନ୍ସର ମାଇଣ୍ଡାନାଓ ଦ୍ୱୀପରେ ଅନୁଭୂତ ହୋଇଥିଲା।

ଏହାସହ ଭୂକମ୍ପର କେନ୍ଦ୍ରସ୍ଥଳ ଡାଭାଓ ସହରର 75 କିଲୋମିଟର ଦୂରରେ ସୃଷ୍ଟି ହୋଇଥିବା ସେସିମୋଲୋଜି ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଅଗଷ୍ଟ 30 ରେ 5.1 ତୀବ୍ରତାର ଭୂକମ୍ପ ପରେ ଏହା ହେଉଛି ଦ୍ବିତୀୟ ଓ ବୃହତ୍ତମ ଭୂକମ୍ପ। ଏହି ଭୂକମ୍ପରେ କୌଣସି ସୁନାମି ଆଶଙ୍କା କରାଯାଇ ନାହିଁ।

ପ୍ରାୟ 120 କିଲୋମିଟରରେ ଭୂକମ୍ପର ଆପେକ୍ଷିକ ବୃହତ ଗଭୀରତା ଯୋଗୁଁ, କେବଳ ମାଇଣ୍ଡାନାଓ ଦ୍ୱୀପପୁଞ୍ଜରେ କେବଳ ମଧ୍ୟମ ଓ ବ୍ୟାପକ ଝଟକା ଅନୁଭବ ହୋଇଥିଲା। ଏଥିରେ କୌଣସି ବଡ଼ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ।

ABOUT THE AUTHOR

...view details