ଓଡିଶା

odisha

ETV Bharat / international

ମେ 8ରୁ ହଂକଂରେ କୋହଳ ହେବ ଲକଡାଉନ କଟକଣା - ହଂକଂରେ କୋରୋନା ପ୍ରଭାବ

ଦୀର୍ଘ ଦିନର କଟକଣା ପରେ ଶୁକ୍ରବାରଠାରୁ ହଂକଂରେ କୋହଳ ହେବାକୁ ଯାଉଛି ଏହି ନିୟମ । ମଙ୍ଗଳବାର ଏନେଇ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କ୍ୟାରି ଲାମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ମେ 8, ଶୁକ୍ରବାରଠାରୁ ଦେଶରେ ସାମାଜିକ ଦୂରତା ନିୟମ କୋହଳ କରାଯିବ ।

lockdown to ease in hong kong, corona in hong kong, bar and restaurants to reopen in hong kong, corona effect in hong kong, coronavirus news, ହଂକଂରେ କୋହଳ ହେବ ଲକଡାଉନ ନିୟମ, ହଂକଂରେ ଲକଡାଉନ, ହଂକଂରେ ଖୋଲିବ ବାର ଓ ରେସ୍ତୋରାଁ, ହଂକଂରେ କୋରୋନା ପ୍ରଭାବ, କୋରୋନା ଭାଇରସ ନ୍ୟୁଜ୍‌
ମେ 8ରୁ ହଂକଂରେ କୋହଳ ହେବ ଲକଡାଉନ କଟକଣା

By

Published : May 5, 2020, 10:11 PM IST

ହଂକଂ: ଦୀର୍ଘଦିନର କଟକଣା ପରେ ଶୁକ୍ରବାରଠାରୁ ହଂକଂରେ କୋହଳ ହେବାକୁ ଯାଉଛି ସାମାଜିକ ଦୂରତା ନିୟମ । ମଙ୍ଗଳବାର ଏନେଇ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କ୍ୟାରି ଲାମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ମେ 8, ଶୁକ୍ରବାରଠାରୁ ଦେଶରେ ସାମାଜିକ ଦୂରତା ନିୟମ କୋହଳ କରାଯିବ । ଏଥିସହ ଦେଶର ବିଭିନ୍ନ ସହରରେ ବାର, ରେସ୍ତୋରାଁ ଓ ସ୍କୁଲ ଆଦି ମଧ୍ୟ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି ।

କେତେକ ମନୋରଞ୍ଜନଭିତ୍ତିକ ସ୍ଥାନ ଯଥା ଜିମ, ବିୟୁଟି ସେଲୁନ ଓ ମାଜୋଙ୍ଗ ଲାଉଞ୍ଜ ଆଦି ଶୁକ୍ରବାର ଠାରୁ ଖୋଲିବା ନେଇ ଘୋଷଣା କରାଯାଇଛି । ଏହି ସବୁ ସ୍ଥାନମାନଙ୍କରେ ସାମାଜିକ ଦୂରତା ନିୟମ ସାମାନ୍ୟ କୋହଳ ହେଲେ ସୁଦ୍ଧା ଏହା କାର୍ଯ୍ୟକାରୀ ରହିବ । ସେପଟେ ମେ 27ରୁ କ୍ରମଶଃ ସ୍କୁଲ ଆଦି ଖୋଲାଯିବ । ସ୍କୁଲ ଓ କଲେଜମାନଙ୍କରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଆଦି ନିୟମକୁ ବଳବତ୍ତର ରଖାଯିବ ।

ତେବେ ଖୋଲିବାକୁ ଥିବା ବାର, ରେସ୍ତୋରାଁ ଗୁଡିକରେ 8ରୁ ଅଧିକ ଲୋକେ ଏକାଠି ବସିପାରିବେ ନାହିଁ ବୋଲି ନିୟମ କରାଯାଇଛି । ପୂର୍ବରୁ ଏହା 4 ରହିଥିବା ବେଳେ ପରିସ୍ଥିତିକୁ ନଜରରେ ରଖି ଏହା ପରିବର୍ତ୍ତନ କରାଯାଇଛି । ଏଥିସହ ବାର ଗୁଡିକରେ କୌଣସି ମ୍ୟୁଜିକାଲ ଇଭେଣ୍ଟ ନକରିବା ପାଇଁ ମଧ୍ୟ କଡା ନିର୍ଦ୍ଦେଶ ରହିଛି । ଗତ 16 ଦିନ ହେବ ହଂକଂରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ସାମାଜିକ ଦୂରତା ନିୟମ କୋହଳ କରିବାର ନିଷ୍ପତ୍ତି ନିଆଯାଇଥିବା କ୍ୟାରି ସୂଚନା ଦେଇଛନ୍ତି ।

@IANS

ABOUT THE AUTHOR

...view details