କାଠମାଣ୍ଡୁ: ନେପାଳର କାଠମାଣ୍ଡୁ, ଭକ୍ତପୁର ଓ ଲଲିତପୁର ଜିଲ୍ଲାରେ ପୁଣି ଲକଡାଉନ ବୃଦ୍ଧି କରାଯାଇଛି । ଏହି ଲକଡାଉନ ଅବଧିକୁ ପୁଣି 7 ଦିନ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟ ଜିଲ୍ଲା ଅଧିକାରୀ (ସିଡିଓ)ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସାତଦିନ ମଧ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କାରଣରୁ ଲକଡାଉନ ଅବଧିକୁ ବଢାଇ ଦିଆଯାଇଛି । ବୁଧବାର ସକାଳେ ଅନୁଷ୍ଠିତ କାଠମାଣ୍ଡୁ ଉପତ୍ୟକାର ସିଡିଓମାନଙ୍କର ବୈଠକରେ ଲକଡାଉନ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି ।
ଲକଡାଉନକୁ ଆଉ ଏକ ସପ୍ତାହ ବଢାଇବା ନିଷ୍ପତ୍ତି ନେଇଛୁ, ତେଣୁ ଏହି ନିୟମ ସେପ୍ଟେମ୍ବର 2 ପର୍ଯ୍ୟନ୍ତ ଲାଗୁ ହେବ । ଆଗାମୀ ଦିନରେ ବଢୁଥିବା କୋରୋନା ସଂଖ୍ୟାକୁ ରୋକିବାକୁ ଆମେ ପୁନର୍ବାର ସମୀକ୍ଷା କରିବୁ ବୋଲି ଭକ୍ତପୁର ଜିଲ୍ଲା ଅଧିକାରୀ ହମକାଲା ପାଣ୍ଡେ କହିଛନ୍ତି।