ଓଡିଶା

odisha

ETV Bharat / international

ଲକଡାଉନ୍ କୋରୋନା ଦୂରେଇବା ପାଇଁ ଯଥେଷ୍ଟ ନୁହେଁ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ - Lock down is not enough

ଲକଡାଉନ୍ କୋରୋନା ଦୂରେଇବା ପାଇଁ ଯଥେଷ୍ଟ ନୁହେଁ ବୋଲି କହିଲା WHO। ନିଜେ ଏଥିପ୍ରତି ଧ୍ୟାନ ଦେବା ଉଚିତ । ଅନ୍ୟକୁ ମଧ୍ୟ ସଚେତନ କରନ୍ତୁ । ଅଧିକ ପଢନ୍ତୁ...

Lock down is not enough
ଫାଇଲ ଫଟୋ

By

Published : Mar 23, 2020, 11:51 AM IST

ଲଣ୍ଡନ: ସାରା ବିଶ୍ବକୁ ଗ୍ରାସ କରିଛି କୋରୋନା । ଏଥିରୁ ବଞ୍ଚିବା ପାଇଁ କିଛି ଦେଶରେ ଦେଖିବାକୁ ମିଳିଛି ଲକଡାଉନ ସ୍ଥିତି । କିନ୍ତୁ କେବଳ ଲକଡାଉନ ହେଲେ କୋରୋନା ଠାରୁ ବର୍ତ୍ତି ପାରିବନି ଦେଶ ବୋଲି କହିଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।

ଯିଏ ଏହି ଭୂତାଣୁରେ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ ଅନ୍ୟମାନଙ୍କ ଠାରୁ ଆଇସୋଲେଟ ରଖିବା, ସେମାନେ କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜି ଆଇସୋଲେସନରେ ରଖିବା । ଯାହାକୁ ପୂର୍ବରୁ ଅନେକ ରୋଗ,ଯେଉଁମାନେ ଦୁର୍ବଳ ଅଛନ୍ତି ସେମାନଙ୍କୁ ସୁରକ୍ଷିତ ରଖିବା ନେଇ ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ଡବ୍ଲ୍ୟୁଏଚଓର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାଇକ ରିୟାନ ।

ୟୁରୋପୀୟ ଦେଶ ସମେତ ଆମେରିକା ଚୀନ ଏବଂ ଏସିଆ ଦେଶ ଗୁଡିକ ଲକଡାଉନ ଫଲୋ କରିବାରେ ଲାଗିଛି । ସେଠିକାର ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବାର, ପବ ଏବଂ ରେସ୍ତୋରାଁରେ କଟକଣା ଲଗାଇଛି । ଯଦି ଥରେ ଆମେ ଏକା ରହିବା ନିଜକୁ ସୁରକ୍ଷିତ ରଖିବା ସହ ସାରା ବିଶ୍ବରୁ ଏହି ମହାମାରୀକୁ ଦୂରେଇ ପାରିବା ।

ଅନ୍ୟପଟେ ଏହି ଭୂତାଣୁ ନାଶ ପାଇଁ ଆମେରିକା ତିଆରି କରିଛି ଭ୍ୟାକ୍ସିନ । ଯାହାକୁ ପରୀକ୍ଷା ମଧ୍ୟ କରାସରିଛି । ଖୁବ ଶୀଘ୍ର ଏହା ବଜାରକୁ ମଧ୍ୟ ଆସିବାର ରହିଥିବା କହିଛନ୍ତି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ABOUT THE AUTHOR

...view details