ଓଡିଶା

odisha

ETV Bharat / international

ହଂକଂ ପରିସ୍ଥିତି ଅସମ୍ଭାଳ, ବିକ୍ଷୋଭ ପ୍ରଦର୍ଶନର ମୁଖ୍ୟ ଜୋଶୁଆ ୱାଂଗ ଗିରଫ - ହଂକଂର ପ୍ରମୁଖ ଗଣତନ୍ତ୍ର ସମର୍ଥକ କାର୍ଯ୍ୟକର୍ତ୍ତା ଜୋଶୁଆ ୱାଂଗଙ୍କୁ ଗିରଫ

ହଂକଂର ପ୍ରମୁଖ ଗଣତନ୍ତ୍ର ସପକ୍ଷବାଦୀ କାର୍ଯ୍ୟକର୍ତ୍ତା ଜୋଶୁଆ ୱାଂଗଙ୍କୁ ଗିରଫ କରାଯାଇଥିବା ତାଙ୍କ ଦଳ ଡେମୋସିସ୍ଟୋ ପକ୍ଷରୁ ସୂଚନା ଦିଆଯାଇଛି । ସ୍ବାଧୀନ ରାଷ୍ଟ୍ର ଗଠନ ଦାବିରେ ତାଙ୍କ ଦଳ ଏକ ବିରାଟ ରାଲି ଆୟୋଜନ କରିବାର ଯୋଜନା କରିଥିଲା । ଏହି ଯୋଜାର ଠିକ୍‌ ଦିନକ ପୂର୍ବରୁ ସମୟ ଜୋଶୁଆ ଙ୍କୁ ଗିରଫ କରାଯାଇଛି ।

ଫଟୋ ସୌଜନ୍ୟ: ANI

By

Published : Aug 30, 2019, 11:07 AM IST

ହଂକଂ: ଚୀନ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇ ସ୍ବାଧୀନ ରାଷ୍ଟ୍ର ଗଠନ ଆନ୍ଦୋଳନର ନେତୃତ୍ୱ ନେଉଥିବା ହଂକଂର ପ୍ରମୁଖ ଗଣତନ୍ତ୍ର ସପକ୍ଷବାଦୀ ଜୋଶୁଆ ୱାଂଗଙ୍କୁ ସ୍ଥାନୀୟ ପୋଲିସ ଶୁକ୍ରବାର ଗିରଫ କରିଛି । ଏହି ଗିରଫଦାରୀ ସମ୍ପର୍କରେ ତାଙ୍କ ଦଳ ଡେମୋସିସ୍ଟୋ ପକ୍ଷରୁ ସୂଚନା ଦିଆଯାଇଛି । ସ୍ବାଧୀନ ରାଷ୍ଟ୍ର ଗଠନ ଦାବିରେ ତାଙ୍କ ଦଳ ଏକ ବିରାଟ ରାଲି ଆୟୋଜନ କରିଥିଲା । ଏହାର ଠିକ୍‌ ଦିନକ ପୂର୍ବରୁ ସମୟ ଜୋଶୁଆଙ୍କୁ ଗିରଫ କରାଯାଇଛି ।

ଡେମୋସିସ୍ଟୋ ଟ୍ବିଟ କରି କହିଛି ଯେ, ଦଳର ମାହସଚିବ ଯୋଶୁଆ ୱାଂଗଙ୍କୁ ଶୁକ୍ରବାର ସକାଳ 7.30ରେ ପୋଲିସ ଗିରଫ କରିଛି । ଏହି ମାମଲାରେ ତାଙ୍କ ଓକିଲ୍ ଘଟଣା ଉପରେ ସମ୍ପୂର୍ଣ୍ଣ ନଜର ରଖିଥିବା ସେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ବାଧୀନତା ଦାବିରେ ହଂକଂରେ ତିନି ମାସ ହେଲା ବିକ୍ଷୋଭ ଚାଲିଥିବାବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବଳ ପ୍ରୟୋଗ ମଧ୍ୟ କରୁଛି । ହଂକଂ ଏବେ ଏକ ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳ ଭାବେ ରହିଥିବାବେଳେ ଏହାକୁ ଚୀନରେ ସମ୍ପୂର୍ଣ୍ଣ ମିଶ୍ରଣ କରିବାକୁ ଚୀନ ସରକାର ଯୋଜନା ଚଳାଇଛନ୍ତି। ତେବେ ହଂକଂବାସୀ ଏହାକୁ ବିରୋଧ କରିବା ସହିତ ସମ୍ପୂର୍ଣ୍ଣ ସ୍ବାଧୀନ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ ପାଇଁ ଦାବିରେ ବିକ୍ଷୋଭ ଚଳାଇଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର@demosisto

ଏବେ ଏହି ମାମାଲାରେ ହଂକଂ ପୋଲିସର ବର୍ବରତା କାଣ୍ଡ ସାମ୍ନାକୁ ଆସୁଛି । ପୋଲିସର ବର୍ବର କାଣ୍ଡ ଅଭିଯୋଗ ଆସିବା ପରେ ଏହା ବିରୋଧରେ ଯାଞ୍ଚ କରିବା ପାଇଁ ବିକ୍ଷୋଭକାରୀ ଦାବି କରିଛନ୍ତି । ଏ ପର୍ଯ୍ୟନ୍ତ ସରକାର ବିରୋଧୀ ପ୍ରାୟ 850ରୁ ଉର୍ଦ୍ଧ୍ବ ବିକ୍ଷୋଭକାରୀଙ୍କୁ ହଂକଂ ପୋଲିସ ଗରିଫ କରିଛି ।

ABOUT THE AUTHOR

...view details