ପୋଙ୍ଗୟାଙ୍ଗ: ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ ଦେଶରେ କୋରୋନା ନିୟନ୍ତ୍ରଣ ପାଇଁ ନେଇଛନ୍ତି କଡାକଡି ପଦକ୍ଷେପ । ବର୍ତ୍ତମାନ ଦେଶରେ ଶାସକ ଦଳର ପଲିଟବ୍ୟୁରୋ ବୈଠକ ଚାଲିଥିବା ବେଳେ ଏନେଇ ଆଲୋଚନା ହୋଇଛି । ଏହି ଆଲୋଚନାରେ ସେ ସ୍ପଷ୍ଟ କରିଛନ୍ତି କି ସ୍ଥିତି ନିୟନ୍ତ୍ରଣାଧିନ ନହେବା ପୂର୍ବରୁ ଯଦି କଟକଣା କୋହଳ କରାଯାଏ ତେବେ ଦେଶରେ କୋରୋନା ବଡ ବିପତ୍ତି ସୃଷ୍ଟି କରିବ, ସେଥିରେ ସନ୍ଦେହ ନାହିଁ ।
ଗତ 3 ମାସ ମଧ୍ୟରେ ଏହା ଦ୍ବିତୀୟ ପଲିଟବ୍ୟୁରୋ ବୈଠକ, ଯେଉଁଥିରେ କୋରୋନା ମୁକାବିଲା ପାଇଁ ଆଲୋଚନା ହୋଇଛି । ଏହି ବୈଠକର ବାରମ୍ବାର ଦେଶର ସ୍ଥିତି ଅଣାୟତ୍ତ ହେବା ନେଇ ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ସେପଟେ ପୋଙ୍ଗୟାଙ୍ଗରେ ଗତ କିଛି ଦିନ ହେବ ଗୋଟିଏ ବି ମାମଲା ଚିହ୍ନଟ ହୋଇନଥିବା ଜଣାପଡିଛି । ତେବେ ଗୁରୁବାର ଆୟୋଜିତ ଏହି ବୈଠକରେ ଅନ୍ତଃକୋରିଆନ ବିବାଦ ନେଇ କୌଣସି ଆଲୋଚନା ହୋଇନଥିବା ଜଣାପଡିଛି ।