କାବୁଲ: ଆଫଗାନିସ୍ତାନ କାବୁଲ ବିଶ୍ବବିଦ୍ୟାଳୟରେ ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୋଲିସ । ଏନେଇ ଆଫଗାନିସ୍ଥାନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ସ୍ପଷ୍ଟ କରିଛନ୍ତି । ଗିରଫ ଆତଙ୍କୀ ଜଣଙ୍କ ନାଁ ଅଦିଲ ଓ ସେ ପଞ୍ଜୀର ପ୍ରଦେଶର ବାସିନ୍ଦା ବୋଲି ଜଣା ପଡିଛି । ସେ ହକ୍କାନି ନେଟୱାର୍କ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଜଣା ପଡିଛି ।
ସେ ଗତ 3 ବର୍ଷ ଧରି ଆଫଗାନସ୍ଥାନରୁ ଫେରାର ଥିବା ବେଳେ ଯୁଦ୍ଧ ପ୍ରଶିକ୍ଷଣ ପାଇ ସେ ବିଦେଶ ଖସି ପଳାଇଥିବା ଆଶଙ୍କା କରିଥିଲେ ଆଫଗାନ ସରକାର । ଆହିରି ମଧ୍ୟ ସେ ସୂଚନା ଦେଇ କହିଛନ୍ତି ଯେ ଆକ୍ରମଣକାରୀ ମାନଙ୍କର ଏକାଧିକ ପରିଚୟ ରହିଛି ଓ ଏମାନେ ହିଜବ ଉତ-ତାହିର କିମ୍ବା ତାଲିବାନ ଏବଂ ଇସଲାମିକ ଷ୍ଟେଟ (ଆଇଏସ) ସହିତ ଜଡିତ ଅଟନ୍ତି।