ଓଡିଶା

odisha

ଯୁଦ୍ଧବିରାମ ଆଲୋଚନା ବେଳେ ଆକ୍ରମଣ, 34 ମୃତ

କାତାରରେ ଏବେ ଆମେରିକା ତାଲିବାନ ଆଲୋଚନା ଚାଲିଛି । ସେପଟେ କାବୁଲରେ ତାଲିବାନୀ ଆକ୍ରମଣ ହୋଇଛି ।

By

Published : Jul 1, 2019, 9:44 PM IST

Published : Jul 1, 2019, 9:44 PM IST

ଫାଇଲ ଫଟୋ

କାବୁଲ: ଆଫଗାନିସ୍ତାନ ରାଜଧାନୀରେ ସୋମବାର ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ଆହତଙ୍କ ସଂଖ୍ୟା 65ରୁ ଉର୍ଦ୍ଧ୍ବ ରହିଛି । ଆମେରିକା ଦୂତାବାସ ନିକଟରେ ଘଟିଥିବା ଏହି ବିସ୍ଫୋରଣ ପଛରେ ତାଲିବାନୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ଗୁଲବାହାର ଟାୱାର ନିକଟରେ ଥିବା ଏକ କାରରେ ବୋମା ରଖି ଆତଙ୍କବାଦୀ ବିସ୍ଫୋରଣ ଘଟାଇଥିଲେ । ସକାଳ ସମୟ ଥିବାରୁ ଉକ୍ତ ରାସ୍ତାରେ ପ୍ରବଳ ଭିଡ ରହିଥିଲା । ଫଳରେ ମୃତାହତ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି । ଆକ୍ରମଣ ପରେ ସମଗ୍ର ଅଞ୍ଚଳକୁ ପୋଲିସ ଘେରି ରଖିଛି । ବିସ୍ଫୋରଣ ଘଟାଇବା ପରେ ଆତଙ୍କବାଦୀ ନିକଟସ୍ଥ ମାର୍କେଟକୁ ଦୌଡି ଯାଇ ଦୂତାବାସକୁ ଗୁଳିମାଡ କରିଥିଲେ ।

ତେବେ ଆମେରିକା ସହ ତାଲିବାନ ପ୍ରତିନିଧିଙ୍କ କଥାବାର୍ତ୍ତା ଚାଲିଥିବା ସମୟରେ ଏହି ବିସ୍ଫୋରଣ ଘଟିଛି । କାତାରରେ ଆମେରିକା ପକ୍ଷରୁ ତାଲିବାନୀଙ୍କ ସହ ଶାନ୍ତି ତଥା ଯୁଦ୍ଧ ବିରାମ ନେଇ ଆଲୋଚନା ଚାଲିଛି । ଏଠାରେ ତାଲିବାନର ନିଜ ରାଜନୈତିକ ଅଫିସ ରହିଛି । ଏଠାରୁ ସଙ୍ଗଠନର ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥାଏ ।

ABOUT THE AUTHOR

...view details