କାବୁଲ: ତାଲିବାନର ଆଫଗାନିସ୍ତାନ କବଜାକୁ ବିତିଛି ୪୦ ଦିନ । ଧୀରେ ଧୀରେ ତାଲିବାନ ଉପରେ କବଜା କରିବା ପରେ ଏବେ ଆଫଗାନିସ୍ତାନରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ଭରିବା ପାଇଁ କାବୁଲ ଏୟାରପୋର୍ଟକୁ ପ୍ରସ୍ତୁତ କରିଛି ତାଲିବାନ । ତେବେ ଏ ସମ୍ପର୍କରେ ତାଲିବାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ କହର ବଲଖି ସୂଚନା ଦେଇଛନ୍ତି ।
କାବୁଲ ଏୟାରପୋର୍ଟରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଛି । ବର୍ତ୍ତମାନ ବିମାନ ବନ୍ଦର ଯାତ୍ରୀଙ୍କୁ ଉଭୟ ଘରୋଇ ଓ ଆନ୍ତର୍ଜାତିକ ବିମାନ ସେବା ଯୋଗାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ପରେ ତାଲିବାନ ଏହାକୁ କବଜା କରିଥିଲା । ଏହାପରେ ଆଫଗାନି ଓ ଦେଶରେ ଥିବା ଅନ୍ୟ ବିଦେଶୀମାନେ ଦେଶ ଛାଡ଼ିବା ପାଇଁ କାବୁଲ ଏୟାରପୋର୍ଟରେ ଭିଡ଼ ଜମାଇଥିଲେ । ଏହି ସମୟରେ ଏୟାରପୋର୍ଟ ଉପରେ ଆକ୍ରମଣ ମଧ୍ୟ ହୋଇଥିଲା । ଫଳରେ ବିମାନବନ୍ଦରର ଅନେକ କ୍ଷତି ଘଟିଥିଲା ।