ନୂଆଦିଲ୍ଲୀ: ଚୀନର ୱାନ ଚାଇନା ପଲିସି ବିରୁଦ୍ଧରେ ବିଶ୍ବବ୍ୟାପୀ ଟ୍ରେଣ୍ଡ କରୁଛି #JunkOneChina। ସୋସିଆଲ ମିଡିଆରେ ଏହା ଏବେ ଛାଇଯାଇଛି। ତେବେ ଏହି ପଲିସିର ବିସ୍ତାରବାଦୀ ନୀତି ତଥା ହଂକଂ , ତାଇୱାନ ଓ ତିଦ୍ଦତ ଏବଂ ଜିନଜିଆଙ୍ଗର ଅନିଶ୍ଚିତତା ସୃଷ୍ଟି କରୁଥିବାରୁ ଟ୍ବିଟର ଟ୍ରେଣ୍ଡରେ ଚୀନକୁ ପରୋକ୍ଷ ଆକ୍ରମଣ କରାଯାଇଛି।
ଚୀନ କେବେ ଏକତ୍ର ହୋଇପାରିବ ନାହିଁ। ଏହା ସାଧାରଣ ଲୋକଙ୍କ ସ୍ବାଥକୁ ନେଇ ଖେଳୁଛି। ଏହାସହ ଅନେକ କମ୍ପାନୀର ସିଇଓ ଜିନପିଙ୍ଗଙ୍କ ନେତୃତ୍ବରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ଦ୍ୱାରା ଦିଆଯାଇଥିବା ଧମକକୁ ମଧ୍ୟ ଟ୍ବିଟ କରି ଆଲୋକପାତ କରିଛନ୍ତି।