ଟୋକିଓ: ଚୀନ ପରେ ଏବେ ଜାପାନରେ ସୁନାମି ଭୟ । ବୁଧବାର ଜାପାନ ଭୂକମ୍ପର ଜୋରଦାର ଝଟକା ଅନୁଭବ କରିଛି । ସ୍ଥାନୀୟ ପାଣିପାଗ ବିଭାଗ ଦେଶରେ ସୁନାମି ଆଲର୍ଟ ଜାରି କରିଛି । ସମୁଦ୍ରରେ 4 ଫୁଟ ଉଚ୍ଚର ଲହରୀ ଉଠିପାରେ ବୋଲି ପାଣିପାଗ ଅଧିକାରୀ ସୂଚନା ଦେଇଛନ୍ତି ।
ଭୂକମ୍ପରେ ଥରିଲା ଜାପାନ, ସୁନାମି ଆଲର୍ଟ ଜାରି - tsunami
ବୁଧବାର ଭୂକମ୍ପର ଜୋରଦାର ଝଟକା ଅନୁଭବ କରିଛି ଜାପାନ । ସ୍ଥାନୀୟ ପାଣିପାଗ ବିଭାଗ ଦେଶରେ ସୁନାମି ଆଲର୍ଟ ଜାରି କରିଛି ।

ପ୍ରତିକାତ୍ମକ ଫଟୋ
ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ଥିବାବେଳେ ଏହାର କେନ୍ଦ୍ରସ୍ଥଳ ୟମାଗାଥା ଥିଲା ବୋଲି ଜାପାନ ପାଣିପାଗ ବିଭାଗ ଅଧିକାରୀ କହିଛନ୍ତି । ସକତା ସହରରୁ 50 କିମି ଦୂର ଦକ୍ଷିଣ ପଶ୍ଚିମ ଦିଗରେ ଏହି ଭୂକମ୍ପ ଅନୁଭୁତ ହୋଇଛି । ଭୂକମ୍ପ ଝଟ୍କା ପରେ ଜାପାନବାସୀ ଭୟଭୀତ ହୋଇ ପଡିଛନ୍ତି ।
ତେବେ ସୁନାମି ଆଶଙ୍କାକୁ ଆଖିରେ ରଖି ସରକାର ସତର୍କତା ସ୍ବରୂପ ଜାପାନର ବୁଲେଟ ଟ୍ରେନ ଚଳାଚଳ ବନ୍ଦ କରିଛନ୍ତି ।