ଟୋକିୟୋ: ଜାପାନରେ ଧିରେ ଧିରେ ସୁଧୁରିବାରେ ଲାଗିଛି କୋରୋନା ପରିସ୍ଥିତି । ଧିରେ ଧିରେ କଟକଣାମାନ କୋହଳ ହେବା ସହ ଡାକ୍ତରଖାନାରେ ମଧ୍ୟ ସ୍ଥିତିରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ଗତ ଏପ୍ରିଲ 7ରୁ ଦେଶରେ ଲାଗୁ ହୋଇଥିବା ଆପାତକାଳୀନ ପରିସ୍ଥିତି ପରେ ଏବେ ସ୍ଥିତିରେ ସାମାନ୍ୟ ସୁଧାର ପରଲକ୍ଷିତ ହୋଇଛି । ଆଶା ରହିଛି ଆଗାମୀ କିଛି ଦିନରେ ଏହି କଟକଣା କୋହଳ ହେବା ସହ ସ୍ବାଭାବିକ ହେବ ପରିସ୍ଥିତି ।
ଏନେଇ ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ କାଟସୁନୋବୁ କୋଟୋଙ୍କ ସୂଚନା ମୁତାବକ ଦେଶରେ ମେଡିକାଲମାନଙ୍କରେ କୋରୋନା ପାଇଁ ସ୍ଥିତି ଶୋଚନୀୟ ହୋଇ ପଡିଥିବା ବେଳେ ଏବେ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ବର୍ତ୍ତମାନ ନୂଆ ଆକ୍ରାନ୍ତ ସଂଖ୍ୟାରେ ହ୍ରାସ ଘଟିଛି । ବର୍ତ୍ତମାନ ସୁଦ୍ଧା ଦେଶରେ 16,550 ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 820 ରହିଛି । ଜାନୁଆରୀ ମାସରୁ ଦେଶରେ କୋରୋନାର ଉତ୍ପତ୍ତି ହୋଇଥିବା ଜଣା ପଡିଛି ।