ଟୋକିଓ: ବିଶ୍ବବାସୀଙ୍କ ପାଇଁ ପ୍ରାଣଘାତକ ଓ ଚିନ୍ତାର କାରଣ ସାଜିଛି ମହାମାରୀ କୋରୋନା ଭାଇରସ । ଏହି ଭାଇରସର ପ୍ରସାରକୁ ଦୃଷ୍ଟିରେ ରଖି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଶରେ ବିଶେଷ କରି ଟୋକିଓ ଏବଂ ଅନ୍ୟାନ୍ୟ ବଡ ବଡ ସହରକୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ଯୋଜନା କରୁଛନ୍ତି । ସୋମବାର ଏକ ସରକାରୀ ସୂତ୍ରରୁ ଏହି ତଥ୍ୟ ପ୍ରକାଶ ପାଇଛି ।
ଏକ ନ୍ୟୁଜ ଏଜେନ୍ସିର କହିବାନୁସାରେ, ନିକଟରେ COVID-19 ମାମଲାରେ ଏକ ଘୋଷଣାନାମା ଘୋଷଣା କରିବାକୁ ଟୋକିଓ ଗଭର୍ଣ୍ଣର ୟୁରିକୋ କୋଇକେ ଏବଂ ଜାପାନ ମେଡିକାଲ ଆସୋସିଏସନ ଆବେଙ୍କ ଉପରକୁ ଚାପ ପକାଉଥିଲେ ।
ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞଙ୍କ ସହ ଟୋକିଓ ମହାନଗର ନିଗମ ସରକାର କହିଛନ୍ତି ଯେ, ଖୁବ ଶୀଘ୍ର କୋରୋନା ଭାଇରସ୍ ସଂକ୍ରମିତଙ୍କ ପାଇଁ ଉପଲବ୍ଧ ଡାକ୍ତରଖାନାରେ ବେଡ ସଂଖ୍ୟା କ୍ଷମତାକୁ ଆସିବ । ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯଥାସମ୍ଭବ ବେ଼ଡ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛି ।