ଓଡିଶା

odisha

ETV Bharat / international

2050 ସୁଦ୍ଧା ଜିରୋ କାର୍ବନ ଏମିସନ୍ ହାସଲ କରିବ ଜାପାନ

ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା କହିଛନ୍ତି ଯେ 2050 ସୁଦ୍ଧା ଦେଶ ଜିରୋ କାର୍ବନ ଏମିସନ୍ ଦିଗ ହାସଲ କରିବ। ଅଧିକ ପଢନ୍ତୁ...

By

Published : Oct 27, 2020, 4:39 PM IST

ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା
ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା କହିଛନ୍ତି ଯେ 2050 ସୁଦ୍ଧା ଦେଶ ଜିରୋ କାର୍ବନ ଏମିସନ୍ ଦିଗ ହାସଲ କରିବ। ଗତ ମାସରେ ସେ ଦାୟିତ୍ବ ଗ୍ରହଣ କରିବା ପର ଠାରୁ ପ୍ରଥମ ସଂସଦ ଅଧିବେଶନରେ ସୁଗା ତାଙ୍କ ଅଭିଭାଷଣରେ ଏହା ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏକ ସ୍ଥାୟୀ ଅର୍ଥନୀତି ଅଭିବୃଦ୍ଧି ରଣନୀତି ଏବଂ ସବୁଜ ସମାଜ ହାସଲ ପାଇଁ ସର୍ବାଧିକ ଉଦ୍ୟମ କରିବାକୁ ଚାହୁଁଛନ୍ତି। ଜଳବାୟୁ ପରିବର୍ତ୍ତନକୁ ଏକ ଭାର ପରିବର୍ତ୍ତେ ସୁଯୋଗ ଭାବରେ ମୁକାବିଲା କରିବା ପାଇଁ ଜୀବାଶ୍ମ ଇନ୍ଧନରୁ ଦୂରେଇ ଯିବାର ଆବଶ୍ୟକତା ଉପରେ ସୁଗା ଗୁରୁତ୍ବାରୋପ କରିଛନ୍ତି। ଜାପାନର ବର୍ତ୍ତମାନର ଶକ୍ତି ଯୋଜନା ଅନୁଯାୟୀ, ଏହାର 56 ପ୍ରତିଶତ ଶକ୍ତି ଜୈବ ଇନ୍ଧନରୁ ଆସିଥାଏ ।

ABOUT THE AUTHOR

...view details