ଟୋକିଓ: କିଛି ସପ୍ତାହ ତଳେ ଆରମ୍ଭ ହୋଇଥିଲା ଜାପାନର ଘରେ ଘରେ ମାଗଣା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପ୍ରତି ଘରକୁ ଦୁଇଟି ଲେଖାଏଁ ମାସ୍କ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବାର କିଛି ଦିନ ମଧ୍ୟରେ ସରକାରଙ୍କୁ ଶୁଣିବାକୁ ପଡିଛି ନାଗରିକଙ୍କ କଟାକ୍ଷ । ପ୍ରଥମତଃ ପ୍ରତି ନାଗରିକଙ୍କୁ ଗୋଟିଏ ଲେଖାଏଁ ପୁନଃ ବ୍ୟବହାର ଯୋଗ୍ୟ ମାସ୍କ ଯୋଗାଇବା ପରିବର୍ତ୍ତେ ଗୋଟିଏ ପରିବାରକୁ ଦୁଇଟି ମାସ୍କ ଦେବା ଯୋଜନାକୁ ଲୋକେ ନିନ୍ଦା କରିଛନ୍ତି ।
ମାଗଣା ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ଲଗାମ ଲଗାଇଲା ଜାପାନ - ଜାପାନରେ କୋରୋନା
କିଛି ସପ୍ତାହ ତଳେ ଆରମ୍ଭ ହୋଇଥିଲା ଜାପାନର ଘରେ ଘରେ ମାଗଣା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପ୍ରତି ଘରକୁ ଦୁଇଟି ଲେଖାଏଁ ମାସ୍କ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବାର କିଛି ଦିନ ମଧ୍ୟରେ ସରକାରଙ୍କୁ ଶୁଣିବାକୁ ପଡିଛି ନାଗରିକଙ୍କ କଟାକ୍ଷ ।
ସେପଟେ ଗତ ଦୁଇ ସପ୍ତାହ ମଧ୍ୟରେ ଲୋକଙ୍କୁ ବଣ୍ଟାଯାଇଥିବା ମାସ୍କରେ ବିଭିନ୍ନ ପୋକ ଜୋକ ଓ ଅଳିଆ ଆବର୍ଜନା ରହିଥିବା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ବଣ୍ଟାଯାଇଥିବା 5 ଲକ୍ଷ ମାସ୍କ ମଧ୍ୟରୁ 7800 ମାସ୍କ ଖରାପ ରହିଥିବା ଜଣାପଡିଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ନାମରେ ‘#ଆବେନୋମାସ୍କ’ ରେ ସୋସିଆଲ ମିଡିଆରେ ବିଭିନ୍ନ ମିମ୍ସ ଓ ଜୋକ୍ସ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଏହାପରେ ଏହି ଯୋଜନାରେ ଲଗାମ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ।
କେତେକ ନାଗରିକ ଏହି ବଣ୍ଟାଯାଉଥିବା ମାସ୍କର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେମାନେ କହିଛନ୍ତି କି ମାସ୍କଟି ମୁହଁ ଓ ନାକକୁ ସମ୍ପୂର୍ଣ୍ଣ ରୂପେ ଢାଙ୍କିବାରେ ମଧ୍ୟ ଅକ୍ଷମ । ଯାହାର ଜବାବ ଦେଇ ପ୍ରଧାନମନ୍ତ୍ରୀ ଆବେ ଏହାକୁ ନିଜେ ପିନ୍ଧି ମାସ୍କକୁ ବ୍ୟବହାର କରିବା ପାଇଁ ଅପିଲ କରିଥିଲେ । ଯାହା ନିଆଁରେ ଘିଅ ଢାଳିବା ପରି ଟ୍ରୋଲର୍ସଙ୍କୁ ନୂଆ ମିମ୍ସ ପାଇଁ କଣ୍ଟେଣ୍ଟ ଯୋଗାଇଥିଲା । ତେଣେ ବିରୋଧୀ କହିଛନ୍ତି କି ମାସ୍କ ପଛରେ 432 ମିଲିୟନ ଡଲାର ଖର୍ଚ୍ଚ କରିବା ବଦଳରେ ଦେଶର ହସ୍ପିଟାଲ ଗୁଡିକରେ ଏହି ଅର୍ଥ ଖର୍ଚ୍ଚ କଲେ ହୁଏତ ଆହୁରି ଅନେକ ଲୋକେ କୋରୋନା କବଳରୁ ମୁକୁଳିପାରିବେ । ସୂଚନା ଅନୁଯାୟୀ ଜାପାନରେ ବର୍ତ୍ତମାନ ସୁଦ୍ଧା 13,614 କୋରୋନା ଆକ୍ରାନ୍ତ ରହିଥିବା ବେଳେ 385 ମୃତ୍ୟୁ ରେକର୍ଡ କରାଯାଇଛି ।