ଓଡିଶା

odisha

ETV Bharat / international

ଜାପାନରେ ଭୂସ୍ଖଳନ: 2 ମୃତ, 19 ନିଖୋଜ - mudslide

ଜାପାନର ଦକ୍ଷିଣ-ପଞ୍ଚିମ ଟୋକିଓରେ ଭୟଙ୍କର ଭୂସ୍ଖଳନ । ଏଥିରେ 19 ଜଣ ନିଖୋଜ ଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ...

ଜାପାନ ଭୁସ୍ଖଳନ: 19 ଜଣ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
ଜାପାନ ଭୁସ୍ଖଳନ: 19 ଜଣ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

By

Published : Jul 4, 2021, 2:00 PM IST

Updated : Jul 4, 2021, 2:16 PM IST

ଟୋକିଓ: ଜାପାନର ଦକ୍ଷିଣ-ପଞ୍ଚିମ ଟୋକିଓରେ ଭୟଙ୍କର ଭୂସ୍ଖଳନ । ଏଥିରେ 19 ଜଣ ନିଖୋଜ ଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଅତ୍ୟଧିକ ବର୍ଷା କାରଣରୁ ମାଟି ଧସି ଆସି ସବୁକିଛି ପୋତି ପକାଇଥିଲା । ଏବେବି ମାଟିତଳେ ଅନେକ ଘର ପୋତି ହୋଇ ରହିଛି । ସିଜୁଓକା ଜିଲ୍ଲାର ଆତାମି ସହରରେ ହୋଇଥିବା ଭୂସ୍ଖଳନରେ 700 ପୋଲିସ ଏବଂ ସେଲ୍ଫ ଡିଫେନ୍ସ ଟିମ୍, ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଖବର ଅନୁଯାୟୀ, ସମୁଦ୍ର କୂଳିଆ ସହରାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବର୍ଷା ଲାଗି ରହିବା ପରେ ଶନିବାର ସକାଳ 10.30 ରେ ଏକ ପର୍ବତ ଶିଖରରୁ ହଠାତ ମାଟି ଅତଡା ଧସେଇ ଆସିଥିଲା। ଏହି ବିପର୍ଯ୍ୟୟ ପ୍ରାୟ 80 ଘର ଉପରେ ପ୍ରଭାବ ପକାଇଥିବା ଅନୁମାନ କରାଯାଉଛି।

ଆଗକୁ ଆହୁରି ବର୍ଷା ହେବ ବୋଲି ଜାପାନ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଆଗକୁ ଆହୁରି ମାଟି ଅତଡ଼ା ଖସିବାର ଆଶଙ୍କା କରି ଲୋକମାନଙ୍କୁ ସତର୍କ କରାଯାଇଛି। ଏପରିକି ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଖାଲି କରାଯାଇଛି। ତେବେ ଏହି ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି । କିନ୍ତୁ ଭିଡିଓର ସତ୍ୟତା ଜଣା ପଡ଼ିନାହିଁ ।

@ANI

Last Updated : Jul 4, 2021, 2:16 PM IST

ABOUT THE AUTHOR

...view details