ଟୋକିଓ: ଜାପାନରେ ଆରମ୍ଭ ହେଲା କୋରୋନା ଟୀକାକରଣ । ଆଜିଠୁ ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ସେପଟେ ଟୀକାକରଣରେ ବିଳମ୍ବ କରାଯିବାରୁ ଏଥର ଟୋକିଓ ଅଲମ୍ପିକ ବିଳମ୍ବ ହୋଇଛି । ଜୁଲାଇରେ ଆରମ୍ଭ ହେବ 2020 ଟୋକିଓ ଅଲମ୍ପିକ । ଫଳରେ ଏବେ ଟୀକାକରଣ ଜରୁରୀ ହୋଇପଡିଛି।
ଜାପାନ ସରକାର ପ୍ରଥମେ ଫାଇଜର ଟିକା ବ୍ୟବହାର ଉପରେ ଅନୁମୋଦନ ଦେଇଥିଲେ । ଦେଶରେ ଏହି ଟୀକାକରଣ ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା । ୟୁରୋପରେ ଯୋଗାଣ ଅଭାବ ଏବଂ ପ୍ରତିବନ୍ଧକ ହେତୁ ଜାପାନକୁ ଟିକା ଆମଦାନୀ ଓ ଯୋଗାଣରେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଦେଶର 100ଟି ଡାକ୍ତରଖାନାର ପ୍ରାୟ 40,000 ଡାକ୍ତର ଏବଂ ନର୍ସ ବୁଧବାର ଟିକା ନେବେ । ଦ୍ବିତୀୟ ପର୍ଯ୍ୟାୟ ପାଇଁ ମାର୍ଚ୍ଚ 10ରୁ ଆରମ୍ଭ ହେବ। ଅନ୍ୟ ସ୍ବାସ୍ଥ୍ୟକର୍ମୀ 7 ସପ୍ତାହ ଧରି ସ୍ବାସ୍ଥ୍ୟ ସର୍ଭେରେ ଅଂଶ ଗ୍ରହଣ କରିବେ ।