ଓଡିଶା

odisha

ETV Bharat / international

ଇମ୍ରାନ ଖାନ ଜଣେ ଅନ୍ତର୍ଜାତୀୟ ଭିକାରୀ: ଜମାତ-ଇ-ଇସଲାମି ମୁଖ୍ୟ

ପାକିସ୍ତାନରେ ଦେଖାଯାଇଥିବା ଉତ୍କଟ ଅର୍ଥନୀତି ସଙ୍କଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ଜମାତ-ଇ-ଇସଲାମି ମୁଖ୍ୟ ସିରାଜୁଲ-ହକ । କହିଲେ ପ୍ରଧାନମନ୍ତ୍ରୀ ଜଣେ ଅନ୍ତର୍ଜାତୀୟ ଭିକାରୀ । କ୍ଷମତାରେ ଥିବା ଯାଏ ସୁଧୁରିବନାହିଁ ପାକିସ୍ତାନର ଅର୍ଥନୀତି । ଅଧିକ ପଢନ୍ତୁ

ପାକ ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀଙ୍କ କଟୁ ସମୋଲୋଚନା
ପାକ ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀଙ୍କ କଟୁ ସମୋଲୋଚନା

By

Published : Jan 17, 2022, 9:49 PM IST

ଇସଲାମାବାଦ:ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଉଛନ୍ତି ଜଣେ ଅନ୍ତର୍ଜାତୀୟ ଭିକାରୀ । ସେ କ୍ଷମତାରେ ଥିବା ଯାଏଁ ପାକିସ୍ତାନର ଅର୍ଥନୀତିରେ ସୁଧାର ଆସିବା ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ଷମତାରୁ ହଟିବା ପରେ ହିଁ ପାକିସ୍ତାନ ଅର୍ଥନୈତିକ ସଙ୍କଟର ସମାଧାନ ସମ୍ଭବ ବୋଲି କହିଛନ୍ତି ପାକିସ୍ତାନର ବିରୋଧୀ ରାଜନୈତିକ ଦଳ ଜମାତ-ଇ-ଇସଲାମି ମୁଖ୍ୟ ସିରାଜୁଲ-ହକ ।

ରବିବାର ସିରାଜୁଲ-ହକ ଲାହୋରରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସିଧା ଟାର୍ଗେଟ କରି କହିଛନ୍ତି, ଇମ୍ରାନଙ୍କ ଶାସନରେ ହିଁ ପାକିସ୍ତାନରେ ଆର୍ଥିକ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଦେଶରେ ବଢୁଥିବା ପେଟ୍ରୋଲ ଦର ପାଇଁ ସେ ଇମ୍ରାନଙ୍କ ଭୁଲ ଅର୍ଥନୀତିକୁ ଦାୟୀ କରିଛନ୍ତି । ସେହିପରି ଆହୁରି ମଧ୍ୟ ସେ କହିଛନ୍ତି, ପାକିସ୍ତାନ ଓ ଇମ୍ରାନ କେବେ ଏକା ସାଙ୍ଗରେ ଚାଲି ପାରିବେ ନାହିଁ । ତେଣୁ ସେ ଏକ ଅବାଧ ନିର୍ବାଚନ ପାଇଁ ମଧ୍ୟ ଆହ୍ବାନ କରିଥିବା ଦେଖିବାକୁ ମିଳିଛି ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସହିତ ପାକିସ୍ତାନର ବିବାଦୀୟ ଚୁକ୍ତି ନେଇ ମଧ୍ୟ ଇମ୍ରାନଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ସିରାଜୁଲ ହକ । ସେ କହିଛନ୍ତି ଇମ୍ରାନଙ୍କ ଦଳ ପିଟିଆଇର ନେତୃତ୍ୱାଧୀନ ସରକାର ଦେଶ ଶାସନ କରିବାରେ ଅସମର୍ଥ । ସେହିପରି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଦ୍ବାରା ଧାର୍ଯ୍ୟ ସର୍ତ୍ତ ପୂରଣ କରିବା ପାଇଁ ପାକିସ୍ତାନ ସରକାର ଆଣିଥିବା ଫାଇନାନ୍ସ (ସପ୍ଲିମେଣ୍ଟାରୀ) ବିଲ୍ 2021 ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ (ସଂଶୋଧନ) ବିଲ୍ 2021କୁ ପ୍ରତ୍ୟାଖ୍ୟାନ କରିଛନ୍ତି ପାକିସ୍ତାନର ବିରୋଧୀ ଦଳ ।

ANI

ABOUT THE AUTHOR

...view details