ଓଡିଶା

odisha

କୋରୋନାରେ ଇଟାଲୀ ଅଣାୟତ୍ତ: ଦିନକରେ 651, ମୋଟ ମୃତ୍ୟୁ ରିପୋର୍ଟ 5,476

By

Published : Mar 22, 2020, 11:47 PM IST

ରବିବାର କୋରୋନାରେ ଇଟାଲୀରେ ମୃତ୍ୟୁ ସଂଖ୍ୟା 5,500 ପହଞ୍ଚିଛି । ରବିବାର ଇଟାଲୀରେ 651 ଜଣ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ରୋମ: ମହାମାରୀ କୋରୋନା ଭାଇରସରେ ଇଟାଲୀର ଏବେ ଏକ ପ୍ରକାର ମୃତ୍ୟୁ ଉପତ୍ୟକାରେ ପରିଣତ ହୋଇଛି । ହୁ ହୁ ହୋଇ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରବିବାର କୋରୋନାରେ ଇଟାଲୀରେ ମୃତ୍ୟୁ ସଂଖ୍ୟା ସାଢେ ପାଞ୍ଚ ହଜାର ପାଖରେ ପହଞ୍ଚିଛି ।

ଇଟାଲୀରେ ତାଜା ସଂକ୍ରମଣ ରିପୋର୍ଟ 10.4 ପ୍ରତିଶତ ବୃଦ୍ଧି ପାଇ 59,138 ରେ ପହଞ୍ଚିଛି। ଇଟାଲୀର ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 5,476 ରେ ପହଞ୍ଚିଛି । ରବିବାର ଇଟାଲୀରେ 651 ଜଣ ପ୍ରାଣ ହରାଇଛନ୍ତି ।

ଇଟାଲୀର ନାଗରିକ ସୁରକ୍ଷା ସେବା ମୁଖ୍ୟ ଆଞ୍ଜେଲୋ ବୋରେଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ରବିବାରଘୋଷଣା ହୋଇଥିବା ରିପୋର୍ଟ ଶନିବାର ତୁଳନାରେ କମ୍ ରହିଛି ।

ଏକମାସ ଧରି ଚାଲିଥିବା ସଙ୍କଟରେ ଏହା ଇଟାଲୀର ଦୁଇ ତୃତୀୟାଂଶ କୋରୋନା ଭାଇରସ୍ ମୃତ୍ୟୁରେ ହୋଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, କୋରୋନାରେ ଇଟାଲୀରେ 59138 ସଂକ୍ରମଣ ରିପୋର୍ଟ ରହିଥିବା ବେଳେ, ମୃତ୍ୟୁ ସଂଖ୍ୟା 5476 ରହିଛି । ସେହପରି 7024 କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

ସେହପରି ସମଗ୍ର ବିଶ୍ବରେ କୋରୋନା ସଂକ୍ରମଣ ରିପୋର୍ଟ 337754ରେ ପହଞ୍ଚିଛି । 14441 ମୃତ୍ୟୁ ରିପୋର୍ଟ ରହିଛି । ଅନ୍ୟପଟେ 96958 ଜଣ କୋରୋନା କବଳରୁ ଆରୋଗ୍ୟ ହୋଇ ଫେରିଛନ୍ତି ।

@ANIଇନପୁଟ

ABOUT THE AUTHOR

...view details