ଲଣ୍ଡନ: କୋଭିଡ୍-19 ମହାମାରୀରେ ଟଳି ପଡିଛନ୍ତି, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍। ଚିକିତ୍ସା କରୁଥିବା ଡାକ୍ତରଖାନାର ଡାକ୍ତରମାନେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ମୃତ୍ୟୁ ଘୋଷଣା କରିବା ପାଇଁ ପୂର୍ଵରୁ ବ୍ୟବସ୍ଥା କରିଥିଲେ ବୋଲି ସେ ରବିବାର ପ୍ରକାଶ କରିଛନ୍ତି। ତେବେ କୋରୋନାରେ ପୀଡିତ ହୋଇ ସୁସ୍ଥ ହୋଇ ଫେରିଥିବା ବୋରିସ ନିଜର ସେ ସମୟର ସଙ୍ଘର୍ଷମୟ କାହାଣୀ ବଖାଣିଛନ୍ତି।
କୋରୋନା ଭାଇରସ୍ ରୋଗରେ ଆକ୍ରାନ୍ତ ହେବା ପରେ ଏବଂ ଆଇସିୟୁରେ ରହିଥିଲେ। ଶେଷରେ ସେ ହାରିଯିବାକୁ ବସିଥିଲେ। ହେଲେ ଭାଗ୍ୟ ଜୋର ଥିବାରୁ ସେ ମରୁ ମରୁ ବଞ୍ଚିଯାଇଥିବା ଭାବପ୍ରବଣ ହୋଇ କହିଛନ୍ତି ଏକ ଶକ୍ତିଶାଳୀ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ।