ଅନକାରା: ତୁର୍କୀର ଇସ୍ତାନବୁଲରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 178 ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବିମାନଟି 3 ଖଣ୍ଡ ହୋଇଯାଇଛି । ବିମାନଟି ପେଗାସସ ଏୟାରଲାଇନ୍ସର ବୋଲି ଜଣାପଡିଛି ।
ରନୱେରେ ଖସି 3 ଖଣ୍ଡ ହେଲା ବିମାନ, 3 ମୃତ - plane crashed
ତୁର୍କୀର ଇସ୍ତାନବୁଲରେ ଏକ ବିମାନ ଅବତରଣ ସମୟରେ ରନୱେରେ ଖସି 3 ଖଣ୍ଡ ହୋଇଯାଇଛି । ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 178 ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...
ବିମାନ ଦୁର୍ଘଟଣା
ସୂଚନା ମୁତାବକ, 183 ଯାତ୍ରୀ ଥିବା ବିମାନଟି ଇସ୍ତାନବୁଲ ବିମାବନ୍ଦରରେ ଅବତରଣ କରୁଥିଲା । ଅବତରଣବେଳେ ପାଗ ଖରାପ ଥିବାରୁ ବିମାନଟି ରନଓ୍ବେରୁ ଖସିଯାଇ ୩ ଖଣ୍ଡ ହୋଇଯାଇଥିଲା । ସେପଟେ ଘଟଣା ପରେ ବିମାନରେ ତୁରନ୍ତ ନିଆଁ ଲାଗିଯାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ଆୟତ୍ତ କରାଯାଇଥିଲା । ଘଟଣାରେ 178 ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ସେମାନେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି ।