ନୂଆଦିଲ୍ଲୀ:ବାଂଲାଦେଶରେ ପୁଣି ମନ୍ଦିର ଉପରେ ଆକ୍ରମଣ। ଗତ ଗୁରୁବାର ରାତିରେ ବାଂଲାଦେଶ ରାଜଧାନୀ ଢାକାରେ ଏକ ଇସ୍କନ (ISKCON)ମନ୍ଦିର ଉପରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ। ମନ୍ଦିର ଭଙ୍ଗାରୁଜା କରିବା ସହ ଲୁଟ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଖବର ରହିଛି।
ସୂଚନାନୁସାରେ, ଗତକାଲି ପ୍ରାୟ ସନ୍ଧ୍ୟା ୭ଟା ସମୟରେ ଢାକାରେ ଥିବା ରାଧାକାନ୍ତ ଇସ୍କନ (ISKCON) ମନ୍ଦିରରେ ୨୦୦ରୁ ଅଧିକ ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିବା ସହ ଲୁଟ ମଧ୍ୟ କରିଥିଲେ। ଏହି ଆକ୍ରମଣରେ ଅନେକ ହିନ୍ଦୁ ଭକ୍ତ ଆହତ ହୋଇଥିବା ଜଣାପଡ଼ିଛି ।