ଓଡିଶା

odisha

ETV Bharat / international

ଦୋହଲିଲା ବିଶ୍ବ: Kabul ବିସ୍ଫୋରଣ ପଛରେ ISIS ! ଜରୁରୀକାଳୀନ ବୈଠକ ଡାକିଲା ବ୍ରିଟେନ - kabul blast

କାବୁଲ ବିମାନବନ୍ଦରରେ ହୋଇଛି ଭୟଙ୍କର ବିସ୍ଫୋରଣ ପଛରେ ISIS ହାତଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣରେ ଥରିଯାଇଛି ଆଫଗାନିସ୍ତାନ । ଅଧିକ ପଢନ୍ତୁ...

କାବୁଲ ବିସ୍ଫୋରଣ ପଛରେ ISIS ! ଦୋହଲିଲା ବିଶ୍ବ
କାବୁଲ ବିସ୍ଫୋରଣ ପଛରେ ISIS ! ଦୋହଲିଲା ବିଶ୍ବ

By

Published : Aug 26, 2021, 9:49 PM IST

କାବୁଲ:ତାଲିବାନର କବଜା ପରେ ଅସ୍ଥିର ରହିଛି ଆଫଗାନିସ୍ତାନ । ଆମେରିକା ସମେତ ଅନେକ ବଡ ଦେଶ ଦେଶ ଦିନ ନିଜ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାରେ ବ୍ୟସ୍ତ ରହିଛନ୍ତି । ଏହାରି ମଧ୍ୟରେ କାବୁଲ ବିମାନବନ୍ଦରରେ ହୋଇଛି ଭୟଙ୍କର ସିରିଜ ବିସ୍ଫୋରଣ । ଏଥିରେ 18ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

ବିସ୍ଫୋରଣରେ ଥରିଯାଇଛି ସମ୍ପୂର୍ଣ୍ଣ କାବୁଲ । ଅନେକ ଆମେରିକା ନାଗରିକ ଏଥିରେ ପ୍ରାଣ ହରାଇଥିବା କୁହାଯାଉଛି । କିଏ ଏହି ବିସ୍ଫୋରଣ କରିଛି ତାହା ଏଯାଏଁ ଜଣାପଡିନଥିବାବେଳେ ଆତଙ୍କୀ ସଙ୍ଗଠନ ଆଇଏସଆଇଏସ (ISIS)କୁ ଦାୟୀ କରିଛି ତାଲିବାନ । ପୂର୍ବରୁ ବିସ୍ଫୋରଣ ହେବା ନେଇ ଆଲର୍ଟ କରିଥିବା ତାଲିବାନ ପକ୍ଷରୁ ଦିଆଯାଇଛି ସୂଚନା ।

ତାଲିବାନ ପକ୍ଷରୁ ଏହି ବିସ୍ଫୋରଣ କରାଯାଇନଥିବା ଏହାର ମୁଖପାତ୍ର କହିଛନ୍ତି । ଅପରପକ୍ଷେ ଘଟଣାରେ ଆଇଏସଆଇଏସର ହାତ ଥିବା କହିଛି ତାଲିବାନ । ସେପଟେ ବିସ୍ଫୋରଣ ପରେ ଦୋହଲିଯାଇଛି ସମଗ୍ର ବିଶ୍ବ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଜରୁରୀକାଳୀନ ବୈଠକ ଡକାଇଥିବାବେଳେ ଆମେରିକା ମଧ୍ୟ ନିଜ ନାଗରିକଙ୍କ ପାଇଁ ଜାରି କରିଛି ଆଡଭାଇଜରୀ ।

କାବୁଲ ବିମାନବନ୍ଦର ପାଖକୁ ନଆସିବାକୁ ନିଜ ନାଗରିକଙ୍କୁ ଆଲର୍ଟ କରିଛି ଆମେରିକା । ବିସ୍ଫୋରଣ ନେଇ ପ୍ରଥମେ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଫ୍ରାନ୍ସ ମଧ୍ୟ ନିଜ ରାଷ୍ଟ୍ରଦୂତଙ୍କୁ ସଙ୍ଗସଙ୍ଗେ ପ୍ୟାରିସ ଫେରିଆସିବାକୁ ଦେଇଛି ନିର୍ଦ୍ଦେଶ । କାବୁଲ ବିମାନବନ୍ଦର ବାହାରେ ସିରିଏଲ ବିସ୍ଫୋରଣ ପରେ ଫ୍ରାନ୍ସର ରାଷ୍ଟ୍ରଦୂତ ଆଫଗାନିସ୍ତାନ ଛାଡି ଫେରିଯିବେ। ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନ୍ କହିଛନ୍ତି ଯେ ଆଫଗାନିସ୍ତାନ ଛାଡିବା ପରେ ବର୍ତ୍ତମାନ ରାଷ୍ଟ୍ରଦୂତ ପ୍ୟାରିସରୁ କାମ କରିବେ।

କାବୁଲ ବିମାନବନ୍ଦର ନିକଟରେ ଗୋଟିଏ ବିସ୍ଫୋରଣ ପରେ ଆଉ ଗୋଟିଏ ବିସ୍ଫୋରଣ ହୋଇଥିବା । ପ୍ରଥମ ବିସ୍ଫୋରଣ କାବୁଲ ବିମାନର ଫାଟକ ନିକଟରେ ହୋଇଥିବାବେଳେ ଅନ୍ୟଟି ବରୁଣ ହୋଟେଲ ପାଖରେ ହୋଇଛି । ଘଟଣାରେ ବର୍ତ୍ତମାନସୁଦ୍ଧା 18 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିସ୍ଫୋରଣ ସମୟରେ ବିମାନବନ୍ଦରରେ ହଜାରହଜାର ଲୋକ ଉପସ୍ଥିତ ଥିଲେ ।

ABOUT THE AUTHOR

...view details