ଓଡିଶା

odisha

ETV Bharat / international

ବେକାବୁ ହେଉଛି କୋରୋନା ସଂକ୍ରମଣ, ଇରାକ୍ ଆପଣାଇଲା ଅଡ୍-ଇଭିନ୍ ଟ୍ରାଫିକ୍ ଫର୍ମୁଲା - ଇରାକ୍ ବି ଆପଣାଇଛି ଅଡ୍-ଇଭିନ୍ ଟ୍ରାଫିକ୍ ଫର୍ମୁଲା

ଇରାକରେ ବେକାବୁ ହେଉଛି କୋରୋନା ସଂକ୍ରମଣ। କର୍ତ୍ତୃପକ୍ଷ କୋରୋନା ମହାମାରୀର ବିସ୍ତାରକୁ ରୋକିବା ପାଇଁ ଆପଣାଇଛନ୍ତି, ଭାରତୀୟ ଟ୍ରାଫିକ୍ ଫର୍ମୁଲା। ଏହି ଅଡ୍-ଇଭିନ୍ ଫର୍ମୁଲା ଯାନବାହନ ରେସିଂ ସିଷ୍ଟମ ଉପରେ ପ୍ରତିବନ୍ଧକ ଲଗାଇବ।

iraq-implements-odd-even-traffic-restriction
ବେକାବୁ ହେଉଛି କୋରୋନା ସଂକ୍ରମଣ, ଇରାକ୍ ବି ଆପଣାଇଛି ଅଡ୍-ଇଭେନ୍ ଟ୍ରାଫିକ୍ ଫର୍ମୁଲା

By

Published : May 5, 2020, 3:01 PM IST

ଇରାକ: ଇରାକରେ ବେକାବୁ ହେଉଛି କୋରୋନା ସଂକ୍ରମଣ। କର୍ତ୍ତୃପକ୍ଷ କୋରୋନା ମହାମାରୀର ବିସ୍ତାରକୁ ରୋକିବା ପାଇଁ ଆପଣାଇଛନ୍ତି, ଭାରତୀୟ ଟ୍ରାଫିକ୍ ଫର୍ମୁଲା। ଏହି ଅଡ୍-ଇଭିନ୍ ଫର୍ମୁଲା ଯାନବାହନ ରେସିଂ ସିଷ୍ଟମ ଉପରେ ପ୍ରତିବନ୍ଧକ ଲଗାଇବ।

ସୋମବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଅବଦୁଲ ମହଦିଙ୍କ ନେତୃତ୍ୱରେ ଏକ ସ୍ୱାସ୍ଥ୍ୟ ଏବଂ ଜାତୀୟ ସୁରକ୍ଷା ପାଇଁ ଉଚ୍ଚସ୍ତରୀୟ କମିଟି ମଙ୍ଗଳବାର ସୁଦ୍ଧା ଟ୍ରାଫିକ୍ ପ୍ରତିବନ୍ଧକ ବ୍ୟବସ୍ଥା ଲାଗୁ କରିବ। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ, ଜିନହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଏହାର ଟିକିନିଖି ତଥ୍ୟ ସାମ୍ନାକୁ ଆଣିଛି। ନିଷ୍ପତ୍ତିର ଵୈଧତା ଅବଧି ବିଷୟରେ ବିବୃତ୍ତିରେ ଅଧିକ ବିବରଣୀ ଦିଆଯାଇ ନାହିଁ।

ଅନ୍ୟ ପକ୍ଷରେ ଇରାକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ ସୂଚନା ଦେଇଛନ୍ତି, ସାରା ଦେଶରେ ୪୩୨୪ ଟେଷ୍ଟ କିଟ୍ ବ୍ୟବହାର କରିବା ପରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍-19 ର ୫୦ ଟି ନୂଆ ମାମଲା ରେକର୍ଡ କରିଛି। ଏବଂ ରୋଗ ଆରମ୍ଭରୁ ଏପର୍ଯ୍ୟନ୍ତ ବ୍ୟବହୃତ ମୋଟ ଟେଷ୍ଟ କିଟ୍ ପଞ୍ଜିକରଣ କରିଛି । ଇରାକରେ ପଞ୍ଜୀକରଣ ୧୦୭,୫୮୬ ପର୍ଯ୍ୟନ୍ତ କରାଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଇରାକ ୨୨୪୬ କୋଭିଡ୍-19 ମାମଲା ରହିଛି। ସେଥିମଧ୍ୟରୁ ୯୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୪୪ ଜଣ ସୁସ୍ଥ ହୋଇଛନ୍ତି। ଇରାକ କର୍ତ୍ତୃପକ୍ଷ ଦେଶବ୍ୟାପୀ କର୍ଫ୍ୟୁ ସମେତ କୋଭିଡ୍-19 କୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।

କୋରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ଚୀନ୍ ମଧ୍ୟ ଇରାକକୁ ଚିକିତ୍ସା ସହାୟତା ପ୍ରଦାନ କରିଛି। ମାର୍ଚ୍ଚ ୭ରେ, ଚୀନ୍ ପ୍ରଥମ ବ୍ୟାଚ୍ ଚିକିତ୍ସା ସହାୟତା ଇରାକକୁ ପଠାଇଲା, ଦ୍ବିତୀୟ ବ୍ୟାଚ୍ ଏପ୍ରିଲ୍ ୮ ରେ ଏବଂ ତୃତୀୟଟି ଏପ୍ରିଲ୍ ୨୦ ରେ ପଠାଇଲା।

ABOUT THE AUTHOR

...view details