ଓଡିଶା

odisha

ପୁଣି ଇରାକରେ ରକେଟ ମାଡ, ଟାର୍ଗେଟରେ ଆମେରିକା ସେନା

ଇରାକସ୍ଥିତ ଆମେରିକା ନେତୃତ୍ବାଧିନ ମେଣ୍ଟ ସେନାର ଏୟାରବେସ ଉପରେ ମଙ୍ଗଳବାର ମଧ୍ୟରାତ୍ରୀରେ ଏକ ରକେଟ ମାଡ ହୋଇଛି। ଏହି ଆକ୍ରମଣ ଆମେରିକା ସେନାକୁ ଟାର୍ଗେଟ କରି କରାଯାଇଥିବା ଜଣାପଡିଛି।

By

Published : Jan 15, 2020, 8:08 AM IST

Published : Jan 15, 2020, 8:08 AM IST

Updated : Jan 15, 2020, 9:29 AM IST

iraq-air-base-us-forces-rocket-attack-iran
ଇରାକ ଏୟାରବେସରେ ରକେଟ ମାଡ

ବାଗଦାଦ: ପୁଣିଥରେ ଆମେରିକୀୟ ଏୟାରବେସ ଉପରେ ରକେଟ ମାଡ ହୋଇଛି। ଇରାକସ୍ଥିତ ଆମେରିକା ନେତୃତ୍ବାଧୀନ ମେଣ୍ଟ ସେନାର ଏୟାରବେସ ଉପରେ ମଙ୍ଗଳବାର ମଧ୍ୟରାତ୍ରୀରେ ଏକ ରକେଟ ମାଡ ହୋଇଥିବା ଜଣାପଡିଛି। ଇରାନର ରାଜଧାନୀ ବାଗଦାଦରୁ 85 କିମି ଉତ୍ତରରେ ଅବସ୍ଥିତ ଅଲ-ତଜୀ ଏୟାରବେସରେ ଏହି ଆକ୍ରମଣ ହୋଇଛି। ଆମେରିକା ସେନାକୁ ଟାର୍ଗେଟ କରି କରାଯାଇଥିବା ଏହି ଆକ୍ରମଣରେ ହୋଇଥିବା ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ଖବର ମିଳିନାହିଁ।

ଇରାନର ଟପ କମାଣ୍ଡର କାସିମ ସୁଲେମାନୀର ହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇ ଇରାନ ବାରମ୍ବାର ଆମେରିକୀୟ ସେନା କ୍ୟାମ୍ପ ଉପରେ ରକେଟ ଆକ୍ରମଣ କରୁଛି । ଏହା ପୂର୍ବରୁ ଇରାନ ଇରାକର ଅଲ ବଲାଦ ଏୟାରବେସରେ 8ଟି ରକେଟ ମାଡ କରିଥିଲା। ସେଥିମଧ୍ୟରୁ 7ଟି ଏୟାରବେସର ରନୱେରେ ବିସ୍ଫୋରିତ ହୋଇଥିଲା। ଏହି ଆକ୍ରମଣରେ ଇରାକ ସେନାର 4 ଯବାନ ଆହତ ହୋଇଥିଲେ।

Last Updated : Jan 15, 2020, 9:29 AM IST

ABOUT THE AUTHOR

...view details