ତେହେରାନ: ସମୂଦ୍ରୀତଟରେ ଲକ୍ଷ୍ୟଭେଦ କରିବାକୁ ଯାଇ ନିଜରୁ ଜାହାଜରେ ମିସାଇଲ ମାଡ କରିଛି ଇରାନ । ଓମାନ ଗଲ୍ଫର ଅତି ନିକଟରେ ଜାହାଜ ଥିବାରୁ ମିସାଇଲଟି ଜାହାଜରେ ମାଡ ହୋଇଥିଲା । ଘଟଣାଟି ରବିବାର ଘଟିଥିବା ବେଳେ ସୋମବାର ଏହାର ବିବରଣୀ ଦିଆଯାଇଛି । ଏଥିରେ 19ଜଣ ନାବିକଙ୍କ ମୃତ୍ୟୁ ହେବା ସହ 15 ଜଣ କ୍ଷତାକ୍ତ ହୋଇଥିବା ଜଣା ପଡିଛି ।
ନିଜ ଜାହାଜକୁ ଇରାନର ମିସାଇଲ ମାଡ, 19 ନାବିକ ମୃତ - ମିସାଇଲ ପରୀକ୍ଷା
ସମୂଦ୍ରୀତଟରେ ଲକ୍ଷ୍ୟଭେଦ କରିବାକୁ ଯାଇ ନିଜରୁ ଜାହାଜରେ ମିସାଇଲ ମାଡ କରିଛି ଇରାନ । ଓମାନ ଗଲ୍ଫର ଅତି ନିକଟରେ ଜାହାଜ ଥିବାରୁ ମିସାଇଲଟି ଜାହାଜରେ ମାଡ ହୋଇଥିଲା । ଘଟଣାଟି ରବିବାର ଘଟିଥିବା ବେଳେ ସୋମବାର ଏହାର ବିବରଣୀ ଦିଆଯାଇଛି ।
![ନିଜ ଜାହାଜକୁ ଇରାନର ମିସାଇଲ ମାଡ, 19 ନାବିକ ମୃତ missile strike on ship, missile strike in iran, missile test, iran hits own ship by missile strike, ଜାହାଜରେ ମିସାଇଲ ମାଡ, ଇରାନର ମିସାଇଲ ପରୀକ୍ଷା, ମିସାଇଲ ପରୀକ୍ଷା, ଇରାନରେ ନିଜ ଜାହାଜକୁ ମିସାଇଲ ମାଡ](https://etvbharatimages.akamaized.net/etvbharat/prod-images/768-512-7154611-371-7154611-1589197780416.jpg)
ସୂଚନା ଅନୁଯାୟୀ ହେଣ୍ଡିଜାନ-କ୍ଲାସ ସପୋର୍ଟ ଜାହାଜ ‘କୋନାରକ’ ମିସାଇଲ ପରୀକ୍ଷଣର ଟାର୍ଗେଟ ସ୍ଥାନର ଅତି ନିକଟରେ ରହିଥିଲା । ଏହା ଅନ୍ୟ ଜାହାଜମାନଙ୍କ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରୁଥିବା ବେଳେ କୋନାରକ ସହ ଦୁର୍ଘଟଣାବଶତଃ ମାଡ ହୋଇଥିଲା । ତେହେରାନଠାରୁ 1270 କିଲୋମିଟର ଦୂରରେ ଥିବା ଜସ୍କ ବନ୍ଦରରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଆହତଙ୍କ ମଧ୍ୟରୁ 12 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଅନ୍ୟ 3 ଜଣ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି ।
ସୂଚନା ଅନୁଯାଯୀ 47 ମିଟର ଲମ୍ବ ବିଶିଷ୍ଟ ଏହି ଡଚ୍ ଜାହାଜଟି 1988ରୁ କାର୍ଯ୍ୟକାରୀ ହୋଇଥିଲା । ଏହା 40ଟନ ପର୍ଯ୍ୟନ୍ତ ଓଜନ ବହନ କରିବାର କ୍ଷମତା ରଖେ । ତେବେ ଏହା ସାଧାରଣତଃ 20 ଜଣ ନାବିକଙ୍କୁ ନେଇ ପରିଚାଳିତ ହୋଇଥାଏ । ତେଣେ ପର୍ସିଆନ ଗଲ୍ଫର ଅଣଓସାରିଆ ଘାଟୀରେ ଇରାନ ସବୁବେଳେ ମିସାଇଲ ପରୀକ୍ଷା କରିବାରୁ ନଜିର ରହିଆସିଛି ।