ତେହରାନ: ଇରାନର ମେଜର ଜେନେରାଲ କାଶିମ ସୁଲେମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଉଭୟ ଦେଶ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଘଟଣା ପରେ ୱାଶିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି। ଆମେରିକା ଇରାନର ୫୨ ଟି ସ୍ଥାନକୁ ଧ୍ଵଂସ କରିବାକୁ ଚେତାବନୀ ଦେଇଥିବା ବେଳେ ଇରାନ ମଧ୍ୟ ଆମେରିକାକୁ କଡା ଜବାବ ଦେବାକୁ ପ୍ରସ୍ତୁତ ରହିଛି । ଇରାନ ଆମେରିକାର ୧୪୦ ଟି ସ୍ଥାନକୁ ଧ୍ବଂସ କରିଦେବାକୁ ଧମକ ଦେଇଛି ।
ଆମେରିକା Vs ଇରାନ: 52 ବଦଳରେ ଧ୍ବଂସ ହେବ 140 - iran warns us
ଆମେରିକା ଇରାନର ୫୨ ଟି ସ୍ଥାନକୁ ଧ୍ଵଂସ କରିବାକୁ ଚେତାବନୀ ଦେଇଥିବା ବେଳେ ଏହାର ଜବାବରେ ଇରାନ ମଧ୍ୟ ଆମେରିକାର ୧୪୦ ଟି ସ୍ଥାନକୁ ଧ୍ବଂସ କରିଦେବାକୁ ଧମକ ଦେଇଛି ।
ଫାଇଲ ଫଟୋ
ଯଦି ଇରାନ ଆମେରିକାର ଯବାନ କିମ୍ବା ସମ୍ପତ୍ତି ଉପରେ ଆକ୍ରମଣ କରିବ ତାହେଲେ ଇରାନର 52ଟି ଐତିହାସିକ ସ୍ଥାନକୁ ଟାର୍ଗେଟ କରି ନିମିଷକ ମଧ୍ୟରେ ଧ୍ଵଂସ କରିଦେବୁ ବୋଲି ଗତ ଶନିବାର ଦିନ ଚେତାବନୀ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଆଜି ଆମେରିକାକୁ ଏହାର ପାଲଟା ଜବାବ ଦେଇଛି ଇରାନ । ଯଦି ଆମେରିକା ଇରାନର କୌଣସି ସ୍ଥାନରେ ଆକ୍ରମଣ କରେ ତେବେ ଏହାର କଡା ଜବାବ ଦିଆଯିବ । ଏଥିପାଇଁ ଆମେରିକାର 140ଟି ସ୍ଥାନକୁ ଟାର୍ଗେଟରେ ରଖାଯାଇଛି ବୋଲି ଇରାନର କୁଦ୍ସ ଫୋର୍ସ ଚେତାବନୀ ଦେଇଛି ।